ଭାରତରେ ୧୨.୯୪ ସହିତ ସର୍ବକାଳୀନ ସ୍ଥିତିରେ ମୁଦ୍ରାସ୍ପ୍ରୀତି, ଆକାଶ ଛୁଆଁ ଦରଦାମ
Khabar Odisha:Wholesale-inflation-hits-a-record-high-of-1294-in-May-from-1049-in-Apr

ନୂଆଦିଲ୍ଲୀ, ଜୁନ୍ ୧୪(ଖବର ଓଡ଼ିଶା): ଭାରତରେ ହୋଲସେଲ ମୁଦ୍ରାସ୍ଫୀତି ମେ ମାସରେ ୧୨.୯୪ ପ୍ରତିଶତ ସହିତ ରେକର୍ଡ ସୃଷ୍ଟି କରିଛି। ଦେଶବ୍ୟାପୀ ଏକ ଲକ୍ଡାଉନ୍ ଲାଗୁ ହେତୁ ମେ ୨୦୨୦ ରେ ହୋଲସେଲ ମୁଦ୍ରାସ୍ଫୀତି -୩.୩୭ ପ୍ରତିଶତରେ ପହଞ୍ଚିଥିଲା ତେବେ ଚଳିତ ବର୍ଷ ତୈଳମୂଲ୍ୟ ବୃଦ୍ଧି ଯୋଗୁଁ ହୋଲସେଲ ମୂଲ୍ୟ ସୂଚକାଙ୍କ ଦ୍ବାରା ମାପ କରାଯାଉଥିବା ହୋଲସେଲ ମୁଦ୍ରାସ୍ଫୀତି ହାର ଗତ ଛମାସ ମଧ୍ୟରେ ବୃଦ୍ଧି ପାଇଛି। ସରକାରଙ୍କ ଦ୍ବାରା ପ୍ରକାଶିତ ସର୍ବଶେଷ ମୁଦ୍ରାସ୍ଫୀତି ହାର ୨୦୧୩ ରୁ ଉପଲବ୍ଧ ସିରିଜ୍ ଅଧୀନରେ ସର୍ବାଧିକ ।

ସୋମବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମେ ମାସରେ ଖାଦ୍ୟ ମୂଲ୍ୟ ୪.୩୧ ପ୍ରତିଶତକୁ ବୃଦ୍ଧି ପାଇଛି। ଇନ୍ଧନ ଏବଂ ଶକ୍ତି ମୁଦ୍ରାସ୍ଫୀତି ଅଧିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୩୭.୬୧ ପ୍ରତିଶତ ରହିଥିଲା। ଉତ୍ପାଦନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯାହା ସୂଚକାଙ୍କର ଦୁଇ-ତୃତୀୟାଂଶ ଅଟେ, ୧୦.୮୩ ପ୍ରତିଶତ ଥିଲା।
ଅର୍ଥନୀତିଜ୍ଞମାନେ ଏହା ପୂର୍ବରୁ କହିଥିଲେ ଯେ ବିଶ୍ବର ଦ୍ରବ୍ୟର ଦର କ୍ରମାଗତ ବୃଦ୍ଧି ହେତୁ ଆସନ୍ତା ମାସରେ ମୂଲ୍ୟ ବୃଦ୍ଧି ହାର ଅଧିକ ରହିବ।

  • Tags:

Subscribe

National International State Sports Entertainment