ସିମା ପରେ ଏବେ ବାସୁମତି ଚାଉଳ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ
Khabar Odisha:India-Pakistan-take-battle-over-basmati-rice-title

ନୂଆଦିଲ୍ଲୀ, ଜୁନ୍ 13(ଖବର ଓଡ଼ିଶା): ବିରିୟାନି ଠାରୁ ପୁଲାଓ ପର୍ଯ୍ୟନ୍ତ ବାସୁମତି ଚାଉଳର ଇତିହାସ କିଛି ଅଲଗା, ତେବେ ଏହି ସ୍ୱତନ୍ତ୍ର ଲମ୍ବା ଶସ୍ୟ ଚାଉଳ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ପରି ପୁର୍ବ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପୁଣି ଏକ ବିବାଦର କେନ୍ଦ୍ରରେ ପରୀଣତ ହୋଇଛି।

ଭାରତ ଏକ ସ୍ୱତନ୍ତ୍ର ଟ୍ରେଡ୍ ମାର୍କ ପାଇଁ ଆବେଦନ କରିଛି ଯାହା ୟୁରୋପୀୟ ୟୁନିଅନରେ ବାସୁମତି ଚରାଉଳ ଭାରତକୁ ଏକମାତ୍ର ମାଲିକାନା ପ୍ରଦାନ କରିବ, ଯାହା ରପ୍ତାନି ବଜାରରେ ପାକିସ୍ତାନର ସ୍ଥିତିକୁ ଏକ ବଡ ଝଟକା ଦେଇପାରେ।

ତେବେ ଏହି ଘଟଣାକୁ ନେଇ ପାକିସ୍ତାନର ରାଇସ୍ ମିଲ୍ସର ମାଲିକ ମାନେ କହିଛନ୍ତି ଯେ ଏହା ଆମ ଉପରେ ପରମାଣୁ ବୋମା ପକାଇବା ପରି।

ୟୁରୋପୀୟ ଆୟୋଗରୁ ସଂରକ୍ଷିତ ଭୌଗୋଳିକ ସୂଚକାଙ୍କ (PGI) ପାଇବା ପାଇଁ ପାକିସ୍ତାନ ତୁରନ୍ତ ଭାରତର ପଦକ୍ଷେପକୁ ବିରୋଧ କରିଛି।

ଭାରତ ହେଉଛି ବିଶ୍ୱର ସର୍ବବୃହତ ଚାଉଳ ରପ୍ତାନିକାରୀ ଦେଶ ଅଟେ, ଯାହା ବାର୍ଷିକ 6.8 ବିଲିୟନ ଡ଼ଲାର ଏହି ଉତ୍ସରୁ ରୋଜଗାର କରେ।ତେବେ ପାକିସ୍ତାନ 2.2 ବିଲିୟନ ଡ଼ଲାରରେ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଦୁଇ ଦେଶ ହେଉଛନ୍ତି ଏହି ବାସୁମତି ଚାଉଳର ଏକମାତ୍ର ବିଶ୍ୱ ରପ୍ତାନୀକାରୀ ।

କୂଟନୈତିକ ସମ୍ପର୍କ ଦଶନ୍ଧି ଧରି ତିକ୍ତ ହୋଇଥିବା ବେଳେ ଉଭୟ ଦେଶ ନିୟମିତ ଭାବେ ପରସ୍ପର ବିରୁଦ୍ଧରେ କିଛିନା କିଛି ପଦକ୍ଷେପ ନେଉଛନ୍ତି ତେବେ ଏହି ଚାଉଳ ପାଇଁ ତିକ୍ତତାର ସମାଧାନ କଣ ହେଉଛି ଅପେକ୍ଷା ରହିବ।

  • Tags:

Subscribe

National International State Sports Entertainment