ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମେ ଚାହୁଁଛୁ ଯେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ହେଉ। ଏକ କୋଟିରୁ ଅଧିକ ପଞ୍ଜୀକୃତ ଏମଏସଏମଇ ଅଛନ୍ତି। ଏହା ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ସହ ଜଡିତ। ଏହା ଭାରତକୁ ଏକ ଉତ୍ପାଦନ ହବ୍ରେ ପରିଣତ କରିଛି। ସେମାନଙ୍କୁ ଅଧିକ ପାଣ୍ଠି ମିଳିବା ପାଇଁ ଏହାକୁ ଅଢ଼େଇ ଗୁଣା ବୃଦ୍ଧି କରାଯାଉଛି। ଏହାଦ୍ୱାରା ଯୁବପିଢ଼ିଙ୍କୁ ରୋଜଗାର ମିଳିବ। ଅଣୁ ଓ କ୍ଷୁଦ୍ର ଉଦ୍ୟୋଗପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭର କୁ ୫ କୋଟିଟଙ୍କାରୁ ୧୦ କୋଟିକୁ ବୃଦ୍ଧି କରାଯିବ।
ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣରେ କହିଥିଲେ ଯେ କ୍ଷୁଦ୍ର ଉଦ୍ୟୋଗପାଇଁ ଏମ୍ଏସ୍ଏମ୍ଇ କ୍ରେଡିଟ୍ ଗ୍ୟାରେଣ୍ଟି କଭର୍କୁ ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅତିରିକ୍ତ ଦେଢ଼ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ। କିଷାନ କ୍ରେଡିଟ୍ କାର୍ଡ ଅଧୀନରେ ଋଣ ସୀମା ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି। କିଷାନ କ୍ରେଡିଟ୍ କାର୍ଡ ରେ ୭.୦୭ ଜଣ କୃଷକଙ୍କୁ ଋଣ ପ୍ରଦାନ କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଆମର ୪୫% ରପ୍ତାନି ପାଇଁ ଏମଏସଏମଇ ଦାୟୀ । ଆମକୁ ଏମଏସଏମଇପାଇଁ ଋଣ ଉପଲବ୍ଧତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ମାଇକ୍ରୋ ଏଣ୍ଟରପ୍ରାଇଜେସ ପାଇଁ କଷ୍ଟମାଇଜ୍ଡ୍ କ୍ରେଡିଟ୍ କାର୍ଡର ସୀମା ୫ ଲକ୍ଷ ଟଙ୍କା ରହିବ।