ବରିଷ୍ଠ ନାଗରିକଙ୍କୁ ଆଶ୍ୱସ୍ତି ଦେଲା ଭାରତୀୟ ଷ୍ଟେଟ ବ୍ୟାଙ୍କ
Khabar Odisha:Business-State-Bank-of-India-extend-we-care-senior-citizen-last-date-till-June-30

ନୂଆଦିଲ୍ଲୀ, ମାର୍ଚ୍ଚ ୨୪ (ଖବର ଓଡ଼ିଶା): ବରିଷ୍ଠ ନାଗରିକଙ୍କ ମଙ୍ଗଳ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗତ ବର୍ଷ ମେ’ ମାସରେ ‘ୱି କେୟାର ସିନିୟର ସିଟଜେନ୍‌’ ଯୋଜନା ଆରମ୍ଭ କରିଥିଲା । ସେହି ସମୟରେ ଏହି ଯେଜାନାର ଅନ୍ତିମ ତାରିଖ ୨୦୨୧ ମାର୍ଚ୍ଚ ୩୧ ତାରିଖ ନିର୍ଦ୍ଧାରଣ କରିଥିଲା । କିନ୍ତୁ ଏସ୍‌ବିଆଇ ଏହି ଯୋଜନା ଏବେ ଆଗକୁ ବଢ଼ାଇଛି । 

ବରିଷ୍ଠ ନାଗରିକଙ୍କ ପାଇଁ ଅଣାଯାଇଥିବା ଯୋଜନା ପୂର୍ବରୁ ମଧ୍ୟ ଅନେକ ଥର ବୃଦ୍ଧି କରାଯାଇଛି । ଯୋଜନା ଯେତେବେଳେ ଆରମ୍ଭ ହୋଇଥିଲା, ତାହା ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ଏହାକୁ ପ୍ରଥମେ ୨୦୨୦ ଡିସେମ୍ବର, ଦ୍ୱିତୀୟରେ ମାର୍ଚ୍ଚ ୩୧ ଏବଂ ଏବେ ୨୦୨୧ ଜୁନ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । 

ଏସ୍‌ବିଆଇ ଏହି ଯୋଜନାରେ ବରିଷ୍ଠ ନାଗରିକଙ୍କ ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇଛି । ୫ ବର୍ଷ ଫିକ୍ସ ଡିପୋଜିଟରେ ୫.୪ ପ୍ରତିଶତ ସୁଧ ଦେଉଛି । କିନ୍ତୁ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଯୋଜନାରେ ୬.୨୦ ପ୍ରତିଶତ ସୁଧ ମିଳୁଛି । ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ୭ ଦିନରୁ ୧୦ ବର୍ଷ ଯାଏଁ ଫିକ୍ସ ଡିପୋଜିଟରେ ୨.୯ରୁ ୫.୪ ପ୍ରତିଶତ ସୁଧ ଦେଇଥାଏ । 

 

  • Tags:

Subscribe

National International State Sports Entertainment