ବିଶ୍ୱରେ ଆର୍ଥିକ ସଂକଟ: ଗୁରୁଗ୍ରାମରେ ୩୦୦ କୋଟି ଟଙ୍କାରେ ଖୋଲିବ ବିଜନେସ ସ୍କୁଲ
Khabar Odisha:Business-Masters-Union-School-of-Business-is-going-to-be-established-in-Gurugram-to-invest-Rs-300-crore

ନୂଆଦିଲ୍ଲୀ, ଏପ୍ରିଲ ୨୫ (ଖବର ଓଡ଼ିଶା): ଆଜି ପୂରା ବିଶ୍ୱ କୋଭିଡ-୧୯ ମହାମାରୀ ସହିତ ଲଢ଼େଇ ଜାରି ରଖିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଶ୍ୱର ଅର୍ଥନୀତି ବହୁତଳକୁ ଖସିଯାଇସାରିଛି । ବିଶ୍ୱରେ ସଂକଟ ପରିସ୍ଥିତି ଆସିଯାଇଛି । ଏଭଳି ଏକ ଦୁର୍ଦ୍ଦିନ ସମୟରେ ଟେକ୍ନୋଲୋଜୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଟେକ୍ନୋଲୋଜୀ ଏଭଳି ଏକ ଜିନିଷ ଯାହାକି ଭାଙ୍ଗିଯାଇଥିବା ଅର୍ଥବ୍ୟବସ୍ଥାକୁ ପୂରଣ କରିବାର କ୍ଷମତା ରଖିଛି । 

ଗୁରୁଗ୍ରାମରେ ମାଷ୍ଟର୍ସ ୟନୁନୟ ସ୍କୁଲ ଅଫ ବିଜନେସର ପ୍ରତିଷ୍ଠା ହେବ । ଏହି ପ୍ରତିଷ୍ଠାନରେ ବିଶ୍ୱର ଜଣାଶୁଣା ଶିକ୍ଷାନୁଷ୍ଠାନର ଅଧ୍ୟାପକ ନିଯୁକ୍ତ ହେବେ । ଏହି ବିଜନେସ ସ୍କୁଲରେ ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ୩୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଏହି ସଂସ୍ଥା ଟେକ୍ନୋଲୋଜୀକୁ ଅଧିକ ଗୁରୁତ୍ୱ ଦେଇଥାଏ । ଏହି ସଂସ୍ଥାରେ ବ୍ୟବସାୟିକ ଧନ୍ଦାମୂଳକ ଶିଡ଼ାର ଆଗାମୀ ପୀଢ଼ିକୁ ଏକ ଡିଜିଟାଲ ଇକୋନୋମୀ ପାଇଁ ପ୍ରସ୍ତୁତ କରାଯାଉଛି । ଗୁରୁଗ୍ରାମସ୍ଥିତ ସାଇବର ସିଟିରେ ଶିକ୍ଷାନୁଷ୍ଠାନର ନିର୍ମାଣ ହୋଇଛି । ଗୁରୁଗ୍ରାମର ଏହି ସାଇବରସିଟିରେ ୬୦୦ରୁ ଅଧିକ ଅନ୍ତର୍ଜାତୀୟ କମ୍ପାନୀର କାର୍ଯ୍ୟାଳୟ ରହିଛି । 

 

  • Tags:

Subscribe

National International State Sports Entertainment