ଆଜି ପ୍ରଥମାଷ୍ଟମୀ, ଚଳଚଂଚଳ ହୋଇଉଠିଛି ପଲ୍ଲୀ ଠୁ ସହର
Khabar Odisha:prathamastami-rituals-in-Odisha
ଭୁବନେଶ୍ୱର, ଡିସେମ୍ବର 08 (ଖବର ଓଡିଶା)

ଆଜି ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ  ।  ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି  । ଏହି ଦିନ ବଂଶର ଜ୍ୟେଷ୍ଠ ପିଲାଙ୍କର ନବବସ୍ତ୍ର ପରିଧାନ, ବନ୍ଦାପନା କରାଯାଏ ଜ୍ୟେଷ୍ଠ ସନ୍ତାନଙ୍କ ବନ୍ଦାପନା ପରେ ପଞ୍ଚପଲ୍ଲବ, ପଞ୍ଚ ଶସ୍ୟରେ କଳସପୂଜା ବରୁଣ ପୂଜା ହୋଇଥାଏ  ।  ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ  ।  ଛେନା, ନଡ଼ିଆପୁର, ଗୁଡ଼, ଅରୁଆ ଚାଉଳ, ହଳଦୀ ପତ୍ର ଏବଂ ବିରିରେ ପିଠା ତିଆରି କରାଯାଏ  । ହଳଦୀ ପତ୍ରର ମହମହ ବାସ୍ନାରେ ପିଠାରେ ସୁଆଦ ଅଧିକ ବଢିଯାଏ  ।

ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିକୁ ଓଡ଼ିଆ ଘରେ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଏ  ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ମଧ୍ୟ ଭୋଗମଣ୍ଡପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ଵାରା ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ନୂଆଲୁଗା ଲାଗି କରାନ୍ତି ପୋଢୁଆଁ ହୁଅନ୍ତି ମହାପ୍ରଭୁ   ଚଳଚଂଚଳ ହୋଇଉଠିଛି ପଲ୍ଲୀ ଠୁ ସହର   ଶ୍ରୀ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିର ରୁ ଭଣଜା ପାଇଁ ଯିବ ନବବସ୍ତ୍ର ଅଷ୍ଟମୀ ଭାର ଆସିଛି ଏହି ଅବସରରେ ମହାପ୍ରଭୁ ପିନ୍ଧିଛନ୍ତି ନୂଆ ବସ୍ତ୍ର , ଲାଗି ହୋଇଛି ସୂତନ୍ତ୍ର ଭୋଗ  । ପରମ୍ପରା ଅନୁଯାୟୀ, ଏହି ଦିନ ମାମୁମାନେ ନୂଆ ଲୁଗା, ମିଷ୍ଟାନ୍ନ ଅନ୍ୟ ସାମଗ୍ରୀ ସହ ଭଣଜା ଭାଣଜୀ ଘରକୁ ଯାଇ ପଢୁଆଁ କରନ୍ତି   ବାପାଙ୍କ ପରେ ଜ୍ୟେଷ୍ଠ ସନ୍ତାନ ହିଁ ଘରର କର୍ତ୍ତା ଭାବେ ଦାୟିତ୍ୱ ତୁଲାନ୍ତି   ତେଣୁ ଏହି ଅବସରରେ ତାଙ୍କ ସୌଭାଗ୍ୟ କାମନା କରାଯାଏ ହି ଦିନ ପ୍ରଭୁ ଲିଙ୍ଗରାଜ ତାଙ୍କ ମାମୁଘରକୁ ଯାଇ ପ୍ରଥମାଷ୍ଟମୀରେ ନୂତନ ବସ୍ତ୍ର ପରିଧାନ କରିବା ପରମ୍ପରା ରହିଛି

ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଦୀର୍ଘଜୀବନ ପାଇଁ ପୂଜାବିଧି ହୋଇଥାଏଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି    ପଞ୍ଚପଲ୍ଲବ ପଞ୍ଚଶସ୍ୟରେ କଳସପୂଜା ବରୁଣ ପୂଜା ହୋଇଥାଏଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ହଳଦୀମିଶା ଚାଉଳ ମିଶାଇ ସେଥିରେ ମାମାନେ ତାଙ୍କୁ ବନ୍ଦାପନା କରନ୍ତିବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତିପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ପଢୁଆଁ ହେବାକହିଥାନ୍ତି I

  • Tags:

Subscribe

National International State Sports Entertainment