‘ଲକ୍ଷ୍ମୀ ପୁରାଣ’ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ସନ୍ଥ କବି ବଳରାମ ଦାସଙ୍କ ଦ୍ବାରା ରଚିତ ମହାଲକ୍ଷ୍ମୀ ପୁରାଣର ସଂସ୍କୃତ ସଂସ୍କରଣ ପୁସ୍ତକର ଉନ୍ମୋଚନ କରିଥିଲେ । ଶ୍ରୀ ଶଦାଶିବ କ୍ୟାମ୍ପସରେ ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିରେ ୩୬ କୋଟି ବ୍ୟୟରେ ୮ ମହଲା ବିଶିଷ୍ଟ ପ୍ରାଶାସନିକ ଓ ଶୈକ୍ଷିକ ଭବନ, ୨୨ କୋଟି ବ୍ୟୟରେ ୫ ମହଲା ବିଶିଷ୍ଟ ଓ ୩୦୦ କ୍ଷମତାସମ୍ପନ୍ନ ଛାତ୍ରୀନିବାସ, ୨୮ କୋଟି ବ୍ୟୟରେ ୩୦୦ ଜଣ କ୍ଷମତା ସମ୍ପନ୍ନ ଛାତ୍ରାବାସ ସହି, ୭ କୋଟି ବ୍ୟୟରେ ୫ ମହଲା ବିଶିଷ୍ଟ ଅତିଥ୍ ଭବନ, ଷ୍ଟାଫ୍ କ୍ୱାଟର ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ବଳକା ୭ କୋଟି ଅର୍ଥ ବ୍ୟୟବରାଦ ହୋଇଛି ।
ସାମାଜିକ ସମରସତା, ସ୍ବଚ୍ଛତା, ମହିଳା ସଶକ୍ତିକରଣ ଏବଂ ଅଧିକାରବାଦ ଲକ୍ଷ୍ମୀ ପୂରାଣର ମୂଳ ଚରିତ୍ର । ସାମ୍ପ୍ରତିକ ସମୟରେ ଏହାକୁ ମନେପକାଇ ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା ଆଧାରରେ ପୃଥିବୀର ଜ୍ଞାନକୁ ପ୍ରାସଙ୍ଗିକ କରି ଏହି ପ୍ରକାର ସାହିତ୍ୟକୁ ଲୋକଭାଷାରେ ପରିଣତ କରିବା । ତେବେ ଯାଇ ଏହା ଆମ ସମାଜର ସଂସ୍କୃତ ଭାଷାକୁ ଆଗକୁ ନେଇଥିବା ମହାପୁରୁଷଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ସ୍ଥିତ ଶ୍ରୀ ସଦାଶିବ କ୍ୟାମ୍ପସରେ ତିନିଦିନିଆ 'ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ' ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସଦାଶିବ କ୍ୟାମ୍ପସର ପ୍ରତିଷ୍ଠାତା ମହାମହୋପାଧ୍ୟାୟ ଆଚାର୍ଯ୍ୟ ହରିହର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଲକ୍ଷ୍ମୀ ପୂରାଣର ବୈଜ୍ଞାନିକ ମହତ୍ତ୍ଵ ଉପରେ କହିଛନ୍ତି ଯେ ଲକ୍ଷ୍ମୀ ପୁରାଣ ଜୀବନରେ ମୋତେ ବହୁତ ପ୍ରଭାବିତ କରିଛି ।
ଲକ୍ଷ୍ମୀ ପୁରାଣ ଆଜି ପ୍ରଧାନମନ୍ତ୍ରୀଙ୍କ ସ୍ଵଚ୍ଛ ଭାରତ ଓ ସାମାଜିକ ନ୍ୟାୟ ଏବଂ ଗରିବ କଲ୍ୟାଣକାରୀ ଏବଂ ନାରୀ ସଶକ୍ତିକରଣ ଯୋଜନାରେ ପ୍ରତିଫଳିତ ହୋଇଛି । ପାଞ୍ଚଶହ ବର୍ଷ ପୂର୍ବରୁ ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ମହିଳା ସଶିକ୍ତକରଣର କଥା କହିଥିଲେ । ସମାଜିକ ସମରସତା, ଛୁଆଁ ଅଛୁଆଁ ଭେଦଭାବ, ମହିଳା ଅଧିକାର, ନାରୀ ସଶକ୍ତିକରଣ, ଅଧିକାରବାଦ ଏବଂ ସ୍ବଚ୍ଛ ଭାରତ ଲକ୍ଷ୍ମୀ ପୁରାଣର ସାମାଜିକ ତତ୍ତ୍ଵ ଅଟେ ।
ଏହା ଥିଲା ସମାଜ ଜୀବନର ନିଚ୍ଛକ ପ୍ରତିଫଳନ । ଅତୀତରେ ମହାତ୍ମା ଗାନ୍ଧୀ ପୁରୀ ଆସି ଦଳିତ ମାନଙ୍କ
ମନ୍ଦିର ପ୍ରବେଶ ଅଧିକାର ନ ଥିବାରୁ ଏହାର ବିରୋଧ କରିଥିଲେ । ମାତ୍ର ଗାନ୍ଧିଙ୍କ ଓଡ଼ିଶା ଆସିବାର ପାଖାପାଖି
ଅନେକ ବର୍ଷ ପୂର୍ବରୁ ସିଦ୍ଧ ବଳରାମ ଦାସ ଜାତିପ୍ରଥା ବିରୁଦ୍ଧରେ ଶାଣିତ ସ୍ବର ଉତ୍ତୋଳନ କରିଛନ୍ତି ।
ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସ୍କୃତ ହେଉଛି ବିଶ୍ବର ବୈଜ୍ଞାନିକ ଭାଷା । କମ୍ପ୍ୟୁଟର କୋଲିଂ ବନାଇବାର ସବୁଠୁ ସୁଗମ ଭାଷା ହେଉଛି ସଂସ୍କୃତ ଭାଷା । ପ୍ରାଚୀନ ସଂସ୍କୃତ ଭାଷା ନିଜ ଭାଷାରେ ପରିପୂର୍ଣ୍ଣ । ବେଦର ଭାଷା ହେଉଛି ସଂସ୍କୃତ ଭାଷା । ବେଦ ଭାଷାରେ ଚିକିତ୍ସା, ନ୍ୟାୟ ଶାସ୍ତ୍ର, ରାଜନୀତି, ସମାଜ ନୀତି, ଇତିହାସ, ମେଟ୍ରୋଲୋଜି ଏବଂ ବେଦବିଦ୍ୟା ସଂସ୍କୃତ ଭାଷାରେ ପ୍ରାଚୀନ କାଳରୁ ଲେଖାହୋଇଛି । ବିଶ୍ୱକୁ ଜ୍ଞାନ ଦେବାର ଶକ୍ତି ସଂସ୍କୃତି ପାଖରେ ଅଛି । ସଂସ୍କୃତ ଭାଷା ଆଗାମୀ ଦିନରେ ଆମ ସମସ୍ତ ଭାଷାର ମାତୃଭାଷା ଭାବରେ କାମ କରିବ ।
ବେଦ ଭାଷାରେ ଚିକିତ୍ସା, ନ୍ୟାୟ ଶାସ୍ତ୍ର, ରାଜନୀତି, ସମାଜ ନୀତି, ଇତିହାସ, ମେଟ୍ରୋଲୋଜି ଏବଂ ବେଦବିଦ୍ୟା ସଂସ୍କୃତ ଭାଷାରେ ପ୍ରାଚୀନ କାଳରୁ ଲେଖାହୋଇଛି । ବିଶ୍ୱକୁ ଜ୍ଞାନ ଦେବାର ଶକ୍ତି ସଂସ୍କୃତି ପାଖରେ ଅଛି । ସଂସ୍କୃତ ଭାଷା ଆଗାମୀ ଦିନରେ ଆମ ସମସ୍ତ ଭାଷାର ମାତୃଭାଷା ଭାବରେ କାମ କରିବ । ତେଣୁ ସଂସ୍କୃତ ପାଠପଢି କେବଳ ଶିକ୍ଷକ ହେବାର ଲକ୍ଷ୍ୟ ନ ରଖ୍ ବିଶ୍ୱକୁ ଦିଗଦର୍ଶନ ଦେବାର ଲକ୍ଷ୍ୟ ରଖୁବାକୁ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପିକାଙ୍କୁ ପରାମର୍ଶ ଦେଇଛନ୍ତି । ହଜାର ହଜାର ବର୍ଷ ପୂର୍ବରୁ ସାରଳା ଦାସ ସଂସ୍କୃତ ଭାଷାରୁ ଓଡ଼ିଆ ମହାଭାରତ ଲେଖିଥିଲେ । ବଳରାମ ଦାସ ସଂସ୍କୃତ ଭାଷାରୁ ଦାଣ୍ଡି ବା ଜଗମୋହନ ରାମାୟଣ ଲେଖୁଥିଲେ । ଜଗନ୍ନାଥ ଦାଶ ଓଡ଼ିଆ ଭାଗବତ ଏବଂ ଅଚ୍ୟୁତାନନ୍ଦ ଦାସ କେଉଁ ଭାଷାରୁ ମାଳିକା ଲେଖିଥିଲେ । ଭାରତ ସରକାର ସେଥିପାଇଁ ସର୍ବବିଦ୍ୟାର ଆଦ୍ୟଗ୍ରନ୍ଥ ବେଦକୁ ଅଧ୍ୟୟନ କରିବା ପାଇଁ ଉଜ୍ଜୟିନୀର ଗୋଟିଏ ଶାଖା ଏଠାରେ ଆରମ୍ଭ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ହିଁ ଭାରତର ସବୁ ସଂସ୍କୃତ ଅନୁଷ୍ଠାନକୁ ମର୍ଯ୍ୟାଦା ଦିଆଯିବା ସହ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କଳ୍ପନା କରାଯାଇଛି । ଜାତୀୟ ଶିକ୍ଷା ନୀତିରେ ସଂସ୍କୃତ ଭାଷା ସହ ସବୁ ଭାରତୀୟ ଭାଷାକୁ ମହତ୍ତ୍ଵ ଦିଆଯାଇଛି । ମୋଦିଜୀଙ୍କ ଶାସନ ପ୍ରଣାଳୀରେ କେବଳ ସଂସ୍କୃତ ନୁହେଁ ବରଂ ସବୁ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା । ଭାରତୀୟ ଜ୍ଞାନ ପରମ୍ପରାକୁ ଆଗକୁ ନେବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି । ସଂସ୍କୃତ ବିଶ୍ବବିଦ୍ୟାଳୟର ଏହି ସଦାଶିବ ପରିସର ଏକ ସ୍ବୟଂସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟ । ଏହି କ୍ୟାମ୍ପସ ଆଗାମୀ ଦିନରେ ଇନୋଭେସନ, ଟେକ୍ନୋଲୋଜି, ଭାଷା ସଂଯୋଗ ସହ ସଂସ୍କୃତ ଓ ବୈଦ ଅଧ୍ୟୟନର ଏକ ପ୍ରୟୋଗଶାଳା ହେଉ ଏବଂ ଏଥିପାଇଁ ଭାରତ ସରକାର ସହଯୋଗୀ ପୂର୍ଣ୍ଣ ହେବେ । ଏଥିସହ ପଞ୍ଚସଖାଙ୍କ ଧାର୍ମିକ ସାହିତ୍ୟ ମାଧ୍ୟମରେ ସମାଜକୁ ଶିକ୍ଷିତ କରିବାର ପ୍ରଚେଷ୍ଟା, ଆମ ସମାଜର ଐଶର୍ଯ୍ୟ ଓ ଗାମ୍ଭୀର୍ଯ୍ୟର ପରିଚୟକୁ ପ୍ରତିପାଦିତ କରେ । ପୃଥିବୀର ସବୁ ସମାଧାନର ସୂତ୍ର ଆମ ଓଡ଼ିଆ ସାହିତ୍ୟରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଆଇଟିଡିସିର ଅଧ୍ୟକ୍ଷ ସମ୍ବିତ ପାତ୍ର, ବ୍ରହ୍ମଗିରି ଲଲିତେନ୍ଦ୍ର ବିଦ୍ୟାଧର ମହାପାତ୍ର, ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ପଦ୍ମଶ୍ରୀ ଚକ୍ଷୁକୃଷ୍ଣଶାସ୍ତ୍ରୀଙ୍କ ସମେତ ବିହାର କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟ, ନୂଆଦିଲ୍ଲୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି, ଶତାଧ୍ଵକ ଛାତ୍ରଛାତ୍ରୀ ଏବଂ ଅନ୍ୟ ବିକ୍ତିବିଶେଷମାନେ ଯୋଗ ଦେଇଥିଲେ ।
ଅଧିକ ପଢନ୍ତୁ :କାର୍ତ୍ତିକ ମାସର ପ୍ରଥମ ସୋମବାରରେ ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ