ଆଜି ବଡ଼ଦିନ । ଧରାପୃଷ୍ଠାରେ ଅବତରଣ କରିଛନ୍ତି ଯୀଶୁ ଖ୍ରୀଷ୍ଟ । ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ୍ ବା ବଡ଼ଦିନ ଭାବେ ପାଳନ କରାଯାଏ । ଏହିଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାବତରଣ କରିଥିଲେ । ତେଣୁ ଏହି ଦିନକୁ ଖ୍ରୀଷ୍ଟ ଧର୍ମରେ ଏକ ପବିତ୍ର ଦିନ ବୋଲି ମନେ କରାଯାଏ । ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦୟା, କ୍ଷମା, କରୁଣାର ଅବତାର ଯିଏକି ପରମେଶ୍ବରଙ୍କ ନିର୍ଦ୍ଦେଶରେ ଧରାପୃଷ୍ଠରେ ମାନବ ସମାଜକୁ ଦିଗ୍ଦର୍ଶନ ଦେବା ପାଇଁ ଆସିଥିଲେ । ସମାଜର ମଙ୍ଗଳ ପାଇଁ ସେ ହସିହସି ପ୍ରାଣବଳି ଦେଇଥିଲେ।
ଏହି ବଡ଼ଦିନ ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକ ନିଜ ଘରକୁ ରଙ୍ଗୀନ ରଙ୍ଗୀନ ଆଲୋକ ମାଳାରେ ସଜାଇଥାନ୍ତି।ସମସ୍ତଙ୍କ ମାନ୍ୟତା ରହିଛି କି ଆଜି ଏହି ବଡଦିନରେ ସାନ୍ତାକ୍ଲଜ୍ ସ୍ୱର୍ଗରୁ ଆସି ସଭିଁଙ୍କ ପାଇଁ ଉପହାର ସହ ଖୁସି ଦେଇଯାଆନ୍ତି। ସାନ୍ତାକ୍ଲଜ୍ ଆଜି ସଭିଙ୍କ ମୁଁହରେ ହସ ଫୁଟାଇଥାନ୍ତି । ତେଣୁ ଅନେକ ଲୋକ ଆଜି ସାନ୍ତାକ୍ଲଜ୍ ରୂପ ନେଇଥାନ୍ତି । ସମସ୍ତେ ପରିବାରଲୋକଙ୍କ ସହ ଏହି ଦିନକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି । ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ୍ ଟ୍ରି ଓ ସାନ୍ତାକ୍ଲଜ୍। ପ୍ରଥମେ ଖ୍ରୀଷ୍ଟମାସ୍ ଟ୍ରି ଓ ହିଁ ପରମ୍ପରା ଆରମ୍ଭ ହୋଇଥିଲା। ବିଶ୍ୱାସ ଅନୁଯାୟୀ ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜ୍ଜାଯାଉଥିବା କୁହାଯାଏ। ବଡ଼ଦିନ ପାଳନ ଅବସରରେ ଚର୍ଚ୍ଚଗୁଡ଼ିକୁ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳା, ତାରକାରେ ସଜ୍ଜିତ କରାଯିବ ସହ କ୍ୟାରୋଲ ସଙ୍ଗୀତ ଗାନ, ସମୂହ ପ୍ରାର୍ଥନା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ।