ଆଜି ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାର ମଣ୍ଡିତ ହୋଇ ସୁନାବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର
Khabar Odisha:Suna-besha-in-Puri
ଭୁବନେଶ୍ୱର, ଜୁଲାଇ 2 ( ଖବର ଓଡ଼ିଶା):

 ଆଜି ମହାପ୍ରଭୁଙ୍କ ସୁନାବେଶ। ଲୀଳା ଖେଳ ସାରି ମାଉସୀ ମା ଘରୁ ଫେରିଛନ୍ତି ଶ୍ରୀଜୀଉ।  ଆଜି ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି   । ତେବେ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ହେବ ନୀତି ସମ୍ପାଦନ। 

ସିଂହଦ୍ୱାରରେ ରହିଛି ତିନି ରଥ। ଆଜି ରଥ ଉପରେ ଅନୁଷ୍ଠିତ ହୋଇଛି  ଶ୍ରୀଜୀଉଙ୍କ ସୁନାବେଶ।  କରୋନା ସଂକ୍ରମଣ ବଢୁଥିବାରୁ ପୁରୀକୁ ଯାଇ ଦର୍ଶନ କରିପାରିବେନି ଭକ୍ତ ।ଟିଭି ମାଧ୍ୟମରେ ମହାବାହୁଙ୍କ ସୁନା ବେଶ ସିଧା ପ୍ରସାରଣ ଦେଖି ପାରିବେ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ରଥଯାତ୍ରାରେ ସୁନାବେଶ ମୁଖ୍ୟ ଆକର୍ଷଣ ହୋଇଥାଏ । ମହାପ୍ରଭୁଙ୍କୁ ଅଧରପଣା ଲାଗି ହେବା ପୂର୍ବରୁ ମହାପ୍ରଭୂଙ୍କ ଦୁଲର୍ଭ ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥ, ମା ସୁଭଦ୍ରା ଓ ବଳଭଦ୍ର ସୁନା ଅଳଙ୍କାରରେ ମଣ୍ଡିତ ହୋଇଥାନ୍ତି । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ତିନି ଠାକୁର । ଏହି ଅବସରରେ ପୁରୀ ବଡଦାଣ୍ଡ ଚଳଚଞ୍ଚଳ ରହିଛି । ସୁନାର କିରୀଟ, ବାହାଡାମାଳି, ହରିଡା କଦମ୍ବ ମାଳି, ଶ୍ରୀପୟର, ଶ୍ରୀଭୁଜ, ଓଡିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ ଆଦି ଆଭୂଷଣରେ ତିନି ଠାକୁର ସଜେଇ ହୋଇଛନ୍ତି । 

ପୁରୀରେ ଜାରି ହୋଇଥିବା କର୍ଫ୍ୟୁ କୋହଳ କରାଯାଇଛି। ଆଜି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ତେବେ ଦିନ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ପୁଣି ବଳବତ୍ତର ରହିବ।

  • Tags:

Subscribe

National International State Sports Entertainment