ରସଗୋଲା ଓଡ଼ିଶାର : ଆଜି ନୀଳାଦ୍ରୀ ବିଜେ ସମୟରେ ଦେଖିବାକୁ ମିଳିବ ଓଡ଼ିଶାରେ ରସଗୋଲା ଉତ୍ପତିକୁ ନେଇ ବଳିଷ୍ଟ ପ୍ରମାଣ
Khabar Odisha:Strong-evidence-of-rasgola-origin-in-Odisha-can-be-seen-during-Niladribije-today

ପୁରୀ, ଜୁଲାଇ ୨୩ (ଖବର ଓଡ଼ିଶା): ଆଜି ରସଗୋଲା ଦିବସ । ଆଉ ଆମେ ସମସ୍ତେ ଜାଣିଛୁ ରସଗୋଲା କେବଳ ଓଡ଼ିଶାର । ରସଗୋଲାର ଉତ୍ପତିକୁ ନେଇ ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଝଲକ୍ ଦେଖିବାକୁ ମିଳେ । ତେବେ ଓଡ଼ିଶାରେ ରସଗୋଲା ଉତ୍ପତିକୁ ନେଇ ଓଡ଼ିଶା ରସଗୋଲାକୁ ସ୍ୱତନ୍ତ୍ର ଜିଆଇ ଟ୍ୟାଗ ମଧ୍ୟ ମିଳି ସାରିଛି ।

ଅନ୍ୟପଟେ ଆଜି ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ଓ ପ୍ରତିବର୍ଷ ନରଳାଦ୍ରୀ ବିଜେ ଦିନ ହିଁ ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଇଆସୁଛି ।

ଆଜି ଘୋଷଯାତ୍ରାର ଶେଷ ଦିନରେ ମହାପ୍ରଭୁ ନୀଳାଦ୍ରୀ ବିଜେ କରିବା ସମୟରେ ମା’ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପ୍ରଥା ରହିଛି । ଯାହା ସ୍ପଷ୍ଟ ଭାବରେ ରସଗୋଲାର ଉତ୍ପତି ଓଡ଼ିଶା ରେ ହିଁ ହୋଇଛି ବୋଲି ପ୍ରମାଣ ଦେଉଛି ।

ଜଗନ୍ନାଥ ପରମ୍ପରାରେ ଏହି ମହାନ୍ ଲୀଳା ସ୍ଥାନ ପାଇଥିବା ବେଳେ ରସଗୋଲା କେବଳ ଓଡ଼ିଶାର ବୋଲି ଆଜି ପ୍ରତିଟି ଓଡ଼ିଆଙ୍କ ମନରେ ଗର୍ବ । ତେବେ ୨୦୧୯ରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା ।

  • Tags:

Subscribe

National International State Sports Entertainment