ଆଜି ଶ୍ରୀଜୀଉଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, କରୋନା କଟକଣା ଯୋଗୁଁ ଦର୍ଶନ କରିପାରିବେନି ଭକ୍ତ
Khabar Odisha:Srijagannath-nabajoubana
ଭୁବନେଶ୍ୱର, ଜୁନ ୨୦ ( ଖବର ଓଡ଼ିଶା):

 ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଆଉ ନବଯୌବନ ଦର୍ଶନ ନୀତି ପାଳନ ହେବ । କୋଭିଡ୍‌ କଟକଣା ଯୋଗୁ ଚଳିତ ବର୍ଷ ଭକ୍ତମାନେ ପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ ନାହିଁ । 

ଆଜି ମହାପ୍ରଭୁଙ୍କ ଗୁପ୍ତ ନୀତିର ଜୁଣ ବାହାରିବା ପରେ ଶ୍ରୀନଅରକୁ ସକାଳ ୯ଟା ଖଡ଼ିପ୍ରସାଦ ବିଜେ କରାଯାଇଛି । ପରେ ବନକଲାଗି, ସୁଦର୍ଶନ ଦେବଙ୍କ ବୁଣାଟ, ଚକା ଅପସର, ମଙ୍ଗଳ ଆଳତି, ମଇଲମ, ଅବକାଶ ସରିବ ।

ଦଶ ଅବତାର ଦିଅଁଙ୍କ ବାହୁଡ଼ା ବିଜେ ପରେ ଅଣସର ତାଟି ଫିଟିବ । ପରେ କେବଳ ସେବାୟତମାନେ ପ୍ରଭୁଙ୍କ ଦର୍ଶନ କରିବେ । ଦର୍ଶନ ପରେ ଧୁଆଧୁଇ ହୋଇ ଚୂନ ପଡ଼ିବା ପରେ ଦଇତାପତି ସର୍ବାଙ୍ଗ, ବନ୍ଦାପନା ବଢ଼ାବେ । ବନ୍ଦାପନା ସରିଲେ ଶ୍ରୀବିଗ୍ରହଙ୍କ ନେତ୍ର ଉତ୍ସବ ବନ୍ଦାପନା ନୀତି ହେବ । ପରେ ସନ୍ଧ୍ୟା ସାଢ଼େ ୬ଟାରେ ନେତ୍ରୋତ୍ସବ ବଢ଼ି ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା ସର୍ବାଙ୍ଗ ନୀତିସମ୍ପନ୍ନ ହେବ । ପରେ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ କରାଯାଇ ଗୋପାଳବଲ୍ଲଭ ଓ ଘଣ୍ଟ ଛତା ସକାଳ ଧୂପ ୨୦ ତାରିଖ ରାତି ନଅଟାରୁ ଏକ ଘଣ୍ଟା ମଧ୍ୟରେ ଶେଷ କରାଯିବ । ରାତି ନଅଟା ଦଶ ମିନିଟରୁ ସାଢ଼େ ଦଶଟା ମଧ୍ୟରେ ଭୋଗ ମଣ୍ଡପ ଉଠିବା ପରେ ରାତି ୧୦ଟା ୩୫ରେ ମଇଲମ ଓ ତଡ଼ପ ଲାଗି ହେବ । ରାତି ୧୦ଟା ୩୭ ମିନିଟ ୫୫ ସେକେଣ୍ଡରୁ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତି ନିଷେଧ ରହିବ ।

  • Tags:

Subscribe

National International State Sports Entertainment