ଖବର ଓଡିଶା : 20/05/2023
ଆଜି ବସିବ ଛତିଶା ନିଯୋଗ ବୈଠକ । ଅଧ୍ୟକ୍ଷତା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ l ଅପରାହ୍ନ ୫ଟାରେ ପୁରୀ ବଡଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସ ଠାରେ ବସିବ ବୈଠକ l
ଏହି ବୈଠକରେ ସେବାୟତ ପ୍ରତିନିଧିଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ନୀତି, ଉନ୍ନୟନ ଓ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଭାଗ ନେବେ l ଏଥିସହ ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ଓ ହାତୀ ବେଶକୁ ବେଶ ଶୃଙ୍ଖଳିତ କିଭଳି କରାଯାଇପାରିବ ସେନେଇ ଆଲୋଚନା କରାଯିବ । ତାସହ ଅନବସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା ସହିତ ଅନ୍ୟାନ୍ୟ ଦିଗକୁ ନଜର ରଖି ସମନ୍ବୟ ଭିତ୍ତିରେ କାର୍ଯ୍ୟ କରିବାକୁ ଆଲୋଚନା କରାଯିବ । ସେପଟେ ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ । ରଥ ନିର୍ମାଣରେ ବ୍ୟସ୍ତ ମହାରଣା, ଭୋଇ, ରୂପକାର ଓ ଅନ୍ୟାନ୍ୟ ସେବାୟତ । ଏବେ ତିନି ରଥର ଚକ ଏବଂ ଅଖ ନିର୍ମାଣ ସରି ୧୪ ନାହାକା ନିର୍ମାଣ ଜାରି ରହିଛି । ତିନି ରଥର ୫ ଦଣ୍ଡା ନିର୍ମାଣ ପାଇଁ ରଥ ଖଳାକୁ ଦଣ୍ଡା କାଠ ଭୋଇ ସେବାୟତଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ବେଳେ ଦଣ୍ଡା ହଣା କାର୍ଯ୍ୟ ଜାରି ରହିଛି ।