କରୋନା କଟକଣା ମଧ୍ୟରେ ହେବ ବାବା ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା, ମହାପ୍ରଭୁ ଜଗନ୍ନାଥଙ୍କ ଭଳି ବିନାଭକ୍ତରେ ଚାପ ଖେଳିବେ ଲିଙ୍ଗରାଜ
Khabar Odisha:Baba-Lingarajs-Chandan-Yatra-will-be-among-the-corona-cuts-without-devotees

ଭୁବନେଶ୍ୱର, ମେ ୯ (ଖବର ଓଡ଼ିଶା): ପୂର୍ବ ବର୍ଷ କରୋନା କାରଣରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ରଥଯାତ୍ରା ଠାରୁ ନେଇ ଚନ୍ଦନ ଯାତ୍ରା ପର୍ଯ୍ୟନ୍ତ ସବୁ କିଛି ପ୍ରଭାବିତ ହୋଇଥିଲା । ବିନା ଭକ୍ତରେ କେବଳ ରୀତିନୀତି ବଜାୟ ରଖିବା ପାଇଁ ରଥଯାତ୍ରା ଓ ଚନ୍ଦନ ଯାତ୍ରାକୁ ଅନୁମତି ମିଳିଥିଲା । ଚଳିତ ଥର ମଧ୍ୟ ସମାନ ଭାବରେ କରୋନା ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମଣ ଭୟରେସବୁ କିଛି ଫିକା ପଡିବାକୁ ଯାଉଛି ।

ପୂର୍ବ ବର୍ଷ ଭଳି ଏବର୍ଷ ବି ବାବା ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା କରୋନା କଟକଣା ମଧ୍ୟରେ ସୀମିତ ସେବାୟତଙ୍କୁ ନେଇ ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଗତ କାଲି ମନ୍ଦିର ପ୍ରଶାସନ ଓ ବିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । ସଂକ୍ରମଣ କୁ ଦୃଷ୍ଟିରେ ରଖି କେବଳ ପରମ୍ପରା ବଜାୟ ରଖିବା ପାଇଁ ବାବା ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା କେବଳ ସେବାୟତ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେବ ।

ଆସନ୍ତା ଅକ୍ଷିତୃତୀୟାରୁ ୨୨ ଦିନ ଧରି ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଚନ୍ଦନଯାତ୍ରାରେ କେବଳ ମାତ୍ର ୧୫ ଜଣ ସେବାୟତଙ୍କୁ ନେଇ ରୀତିନରତି ସମ୍ପନ୍ନ କରାଯିବ । ଭକ୍ତ ମାନଙ୍କ ଦର୍ଶନ କୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଥିବା ବେଳେ ଯେଉଁ ସେବାୟତ ମାନଙ୍କ ଦ୍ୱାରା ଚନ୍ଦନ ଯାତ୍ରାର ନୀତିକ୍ରାନ୍ତି କରାଯିବ ସେମାନଙ୍କର ଏକ ତାଲିକା ବିଏମସି କୁ ଦେବା ପାଇଁ ମନ୍ଦିର ପ୍ରଶାସନକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ରହିଛି ।

  • Tags:

Subscribe

National International State Sports Entertainment