Home >
କମୁନି ସୁନ୍ଦରୀର ଆତଙ୍କରାଜ, ଗ୍ରାମରେ ପଶି ଗାଇ ବାଛୁରୀଙ୍କୁ ମାରିଲା
Khabar Odisha:tiger-sundari-satakosia-and-terror
ଅନୁଗୁଳ, ସେପ୍ଟେମ୍ବର ୧୪ (ଖବର ଓଡିଶା):

ପୁଣି ସାତକୋଶିଆରେ ସୁନ୍ଦରୀର ଆତଙ୍କରାଜ । ଏଥର କିନ୍ତୁ ମଣିଷ ନୁହେଁ ଗ୍ରାମରେ ପଶି ଗାଇଗୋରୁଙ୍କୁ ମାରିଛି ଏହି ବାଘୁଣୀ । ଆଠମଲ୍ଲିକ ବନଖଣ୍ଡ ଧଣ୍ଡାଟୋପ ରେଞ୍ଜ ଅନ୍ତର୍ଗତ ବିପ୍ରଡିହ ଗ୍ରାମରେ ଗାଇ ବାଛୁରୀଙ୍କୁ ମାରି ଆତଙ୍କ ସୃଷ୍ଟି କରିଛି ସୁନ୍ଦରୀ । 

ସୂଚନାନୁସାରେ, ଆଜି ସଂନ୍ଧ୍ୟାରେ ବିପ୍ରଡିହ ଗ୍ରାମରେ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରିଛି ସୁନ୍ଦରୀ । ବାଘୁଣୀର ଆତଙ୍କରାଜକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ଘଟଣା ପରେ ଉତ୍ୟକ୍ତଙ୍କୁ ବୁଝାଇବା ପାଇଁଗ୍ରାମରେ ରେଞ୍ଜର ଏବଂ ସ୍ଥାନୀୟ ପୋଲିସ ପହଁଚିଛନ୍ତି । 

ସୂଚନାଯୋଗ୍ୟ କି, ଦୁଇ ଦିନ ତଳେ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସୁନ୍ଦରୀକୁ ପୁଣି ମଧ୍ୟପ୍ରଦେଶ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।

  • Tags:

Subscribe

National International State Sports Entertainment