Home >
ବିରୋଧୀଙ୍କ ମେଣ୍ଟ ଅରାଜକତା, ଭ୍ରଷ୍ଟାଚାର ଏବଂ ରାଜନୈତିକ ଅସ୍ଥିରତା ଆଣିବ: ଯୋଗୀ ଆଦିତ୍ୟନାଥ
Khabar Odisha:politics-odisha-sp-bsp-alliance-yogi-reaction
ନୂଆଦିଲ୍ଲୀ,ଜାନୁଆରୀ ୧୨ (ଖବର ଓଡିଶା)

ଲୋକସଭା ନିର୍ବାଚନ ନେଇ ହେଉଥିବା ବିରୋଧିଙ୍କ ମେଣ୍ଟ ଅରାଜକତା ,ଭ୍ରଷ୍ଟାଚାର,ଏବଂ ରାଜନୈତିକ ଅସ୍ଥିରତା ଆଣିବ ।  ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ବିରୋଧିଙ୍କ ମେଣ୍ଟକୁ ନେଇ ଏପରି ପ୍ରତିକ୍ରିୟା ଦେଇଛନ୍ତି । 

ଆସନ୍ତା ଲୋକସଭା ନିର୍ବାଚନ ନେଇ ଏସପି ଏବଂ ବିଏସପିର ମେଣ୍ଟ ଘୋଷଣା ହେବା ପରେ ଯୋଗୀ କହିଛନ୍ତି ଯେ ଯେଉଁମାନେ ପରସ୍ପରକୁ ପସନ୍ଦ କରୁନଥୁଲେ, ସେହିମାନେ ମହାମେଣ୍ଟ କଥା କହୁଛନ୍ତି । ଏହି ମେଣ୍ଟ ଭ୍ରଷ୍ଟାଚାର, ଅରାଜକତା,ଏବଂ ଅସ୍ଥିରତା ଆଣିବ । 

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ ବିଜେପି ସମାଜର ସବୁ ବର୍ଗର ବିକାଶ ଏବଂ ଲୋକଙ୍କ ଆସ୍ଥାର ସମ୍ନାନ ଦେଇ ରାମ ଏବଂ ରୋଟିକୁ ସମ୍ନାନିତ କରିଛୁ । 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କଂଗ୍ରେସ ଉପରେ ବର୍ଷି କହିଛନ୍ତି ଦଳ ପରିବାରର ହିତ, ଜାତିବାଦ, କ୍ଷେତ୍ରବାଦ କୁ ବଢାଇଛି ଏବଂ ଦେଶକୁ ୫୦ ବର୍ଷ ଧରି ଅନିଶ୍ଟତାର ସ୍ଥିତିରେ ରଖିଥିଲା । କେନ୍ଦ୍ରରେ ଥିବା ମୋଦୀ ସରକାର ସମାଜର ସବୁ ବର୍ଗ ପାଇଁ କଲ୍ୟଣକାରୀ ଯୋଜନା ଓ ସୁଶାସନ ସାହାର୍ଯ୍ୟରେ ଦେଶକୁ ସେହି ସ୍ଥିତିରୁ ବାହାର କରିଛନ୍ତି । ଯୋଗୀ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ୨୦୧୪ ଠାରୁ ଭଲ ପ୍ରଦର୍ଶନ କରିବ ଏବଂ ମୋଦୀ ସରକାର ପୁଣି ଥରେ ମଜବୁଦ ସରକାର ଗଠନ କରିବ । 

Subscribe

National International State Sports Entertainment