Home >
ରାଜସ୍ଥାନ ସରକାରଙ୍କ ନୂଆ ଆଦେଶ: ସରକାରୀ ଦସ୍ତାବିଜରୁ ହଟିବ ଦୀନଦୟାଲଙ୍କ ଫଟୋ
Khabar Odisha:politics-odisha-new-cong-govt-in-rajasthan-removies-pic-of-deendayal-upadhyay-from-documents
ଜୟପୁର, ଫେବ୍ରୁଆରୀ୧୨(ଖବର ଓଡିଶା)

ରାଜସ୍ଥାନର କଂଗ୍ରେସ ସରକାର ନୂଆ ଆଦେଶ ଜାରି କରି ସବୁ ସରକାରୀ ଦସ୍ତାବିଜ ଗୁଡିକରୁ ଏକାତ୍ମ ମାନବବାଦର ପୂରୋଧା ଦୀନଦୟାଲ ଉପାଧ୍ୟାୟଙ୍କ ନାଁ ହଟେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଏହି ନିର୍ଦ୍ଦେଶ ସବୁ ସରକାରୀ ଡିପାର୍ଟମେଣ୍ଟ, କର୍ପୋରେସନ ଏବଂ ସଂସ୍ଥା ଗୁଡିକୁ ଜାରି କରିଛନ୍ତି । ରାଜ୍ୟର ପ୍ରାୟ 73ଟି ସରକାରୀ ବିଭାଗରେ ଏହି ଆଦେଶ ଲାଗୁହେବ । ଏଗି ଆଦେଶ ରାଜ୍ୟରେ ନୂଆରେ କ୍ଷମତାକୁ ଆସିଥିବା ସରକାରର ପ୍ରଥମ କ୍ୟାବିନେଟ ମିଟିଂର ଚାରି ଦିନ ପରେ ଆସିଛି । ସୂଚନାଯୋଗ୍ୟ ଯେ ଚାରି ଦିନ ପୂର୍ବେ ହୋଇଥିବା ରାଜ୍ୟ କ୍ୟାବିନେଟର ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମନ୍ତ୍ରୀମଣ୍ଡଳ ପୂର୍ବତନ ବସୁନ୍ଧରା ସରକାରଙ୍କ ଅନେକ ନିଷ୍ପତ୍ତିକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି । 

ରାଜ୍ୟ ସରକାର ଆଦେଶ ଜାରି କହିଛନ୍ତି ଯେ ସବୁ ସରକାରୀ ଲେଟର ପ୍ୟାଡରୁ ସ୍ୱଗତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋକୁ ହଟାଯାଉ ।  ସୂଚନାଯୋଗ୍ୟ ଯେ 2017 ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସରକାର ଏହି ନିର୍ଣ୍ଣୟ ନେଇଥିଲା ଯେ ସବୁ ସରକାରୀ ଲେଟର ପ୍ୟାଡରେ ପଣ୍ଡିତ ଅପାଧ୍ୟାୟଙ୍କ ଫୋଟଥିବା ଲୋଗ ବ୍ୟବାହାର କରାଯିବ ।

ନିଷ୍ପତ୍ତି ପଛର କାରଣ ଦେଇ କଂଗ୍ରେସ କହିଛି ଯେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦେଶର କିମ୍ବା ସମାଜର ପାଇଁ ଏପରି କିଛି ଉଲ୍ଲେଖନୀୟ କାର୍ଯ୍ୟ କରିନାହାନ୍ତି ଯେଉଁଥିପାଇଁ ତାଙ୍କ ଫଟୋକୁ ଅଶୋକ ସ୍ତମ୍ଭ ସହ ସ୍ଥାନ ଦିଆଯିବ । ଏହାସହ ସରକାର ସବୁ ଦସ୍ତାବିଜରେ ରାଷ୍ଟ୍ରୀୟ ପ୍ରତିକର ଚିହ୍ନକୁ ବ୍ୟବହାର କରିବାକୁ କହିଛନ୍ତି । 

Subscribe

National International State Sports Entertainment