Home >
ପ୍ରଶଂସା ସହିତ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
Khabar Odisha:politics-odisha-cm-wrote-letter-to-pm-modi
ଭୁବନେଶ୍ୱର,ଫେବ୍ରୁଆରୀ୧୧(ଖବର ଓଡିଶା)

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ପରାମର୍ଶ ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ବାଗତ କରିଛନ୍ତି ନବୀନ । ତେବେ  ରାଜ୍ୟରେ ଡିସେମ୍ବରରୁ କାଳିଆ ଯୋଜନା ଆରମ୍ଭ ହୋଇଥିବା ସେ ଚିଠିର ଉଲ୍ଲେଖ କରିଛନ୍ତି ।  କାଳିଆ ଯୋଜନାରେ ୯୨% ଚାଷୀ ଉପକୃତ ହେଉଥିବା ଜଣାଇଲେ ଚିଠିରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
 

କାଳିଆ ଯୋଜନାରେ ସହ ଭୂମିହୀନ ଓ ଭାଗଚାଷୀଙ୍କୁ ସହାୟତା ଦିଆଯାଉଛି କିନ୍ତୁ ଭୂମିହୀନ ଓ ଭାଗଚାଷୀଙ୍କୁ କିଷାନ ଯୋଜନାରେ ସାମିଲ କରାଯାଇନାହିଁ । ଯୋଜନାକୁ ଅଧିକ ସଂପ୍ରସାରଣ କରିବା ପାଇଁ ଏହି ମାନଙ୍କୁ ସହାୟତା ପ୍ରଦାନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତିଷ ।  ଦୁର୍ବଳ ଓ କ୍ଷତିପ୍ରବଣ ଚାଷୀଙ୍କୁ ମଧ୍ୟ ଯୋଜନାରେ ସାମିଲ କରିବାକୁ ସେ କହିଛନ୍ତି । 

Subscribe

National International State Sports Entertainment