Home >
କଟକ ନୁହେଁ, ଭୁବନେଶ୍ୱରରେ ହେବ ରାହୁଲଙ୍କ ସଭା
Khabar Odisha:politcs-odisha-rahul-gandhi-meeting-in-bhubaneswar
ଭୁବନେଶ୍ୱର, ଜାନୁଆରୀ ୧୨(ଖବର ଓଡ଼ିଶା):

ଆସନ୍ତା ୨୫ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି । କିନ୍ତୁ ସେ କେଉଁଠି ସଭା କରିବେ ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି । ତେବେ ସେ ଭୁବନେଶ୍ୱରେ ହିଁ ସଭା କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ । 

ଭୁବନେଶ୍ୱର ବରମୁଣ୍ଡା ପଡିଆ କିମ୍ବା ତମାଣ୍ଡୋ ପଡିଆରେ ଆୟୋଜିତ ସାଧାରଣ ସଭାରେ ରାହୁଲ ଯୋଗ ଦେବେ । ସଭା ସହିତ ରାହୁଲ ସିଭିଲ୍ ସୋସାଇଟି ସଦସ୍ୟ, ଚାଷୀ, ଡାକ୍ତର, ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କୁ ଭେଟିବେ । ୨୫ ତାରିଖ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ରାହୁଲଙ୍କ କାର୍ଯ୍ୟକ୍ରମ ରହିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପ୍ରଥମେ କଟକ ବାଲିଯାତ୍ରା ପଡିଆରେ ରାହୁଲଙ୍କ ସଭା ହେବ ବୋଲି କୁହାଯାଇଥିଲା । ତେବେ ପରେ ରାଜ୍ୟ କଂଗ୍ରେସ ପଦାଧିକାରୀମାନେ ତମାଣ୍ଡୋ ପଡିଆ ଯାଇ ଅନୁଧ୍ୟାନ କରିଥିଲେ । ବର୍ତମାନ ଭୁବନେଶ୍ୱରରେ ସଭା ହେବ ବୋଲି ସ୍ଥିର ହୋଇଥିଲେ ହେଁ ବରମୁଣ୍ଡା ପଡିଆ ନା ତମାଣ୍ଡୋ ପଡିଆରେ ଏହି ସଭା କରାଯିବ ସେନେଇ ନିଷ୍ପତି ହୋଇନାହିଁ । ମାତ୍ର ସଭାରେ ପ୍ରାୟ ୨ ଲକ୍ଷ ଲୋକ ଦେବେ ବୋଲି ସେ କହିଛନ୍ତି ।

Subscribe

National International State Sports Entertainment