Home >
ଏଥର ନିର୍ବାଚନୀ ରାଜ୍ୟରେ ପିଏମ ମୋଦୀଙ୍କ ରାଲି ଉପରେ ଲାଗିପାରେ ବ୍ରେକ !
Khabar Odisha:pm-narendra-modi-might-not-be-able-to-campaign-actively-in-upcoming-assembly-elections-in-various-states
ନୂଆଦିଲ୍ଲୀ,ନଭେମ୍ବର୦୮(ଖବର ଓଡ଼ିଶା):

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ନିର୍ବାଚନ ସମୟରେ ଧୂଆଁଧାର ରାଲି କରି ବିରୋଧୀଙ୍କ ବିରୋଧରେ ମାହୋଲ ସୃଷ୍ଟି କରିବାରେ ମାହିର। ମାତ୍ର ଏଥର ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ତାଙ୍କର ରାଲି ଉପରେ ବ୍ରେକ ଲାଗିପାରେ। ବର୍ତ୍ତମାନ ଯାହା ସଙ୍କେତ ମିଳୁଛି, ସେଥିରୁ ଲାଗୁଛି ଯେ ଏଥର ସମ୍ଭବତଃ ପିଏମ ମୋଦୀଙ୍କ ରାଲି ସଂଖ୍ୟା ହ୍ରାସ ପାଇପାରେ। ଏହାର ଏକ କାରଣ ମୋଦୀଙ୍କ ରହିଥିବା ବିଦେଶ କାର୍ଯ୍ୟକ୍ରମ। ତେଣୁ ରାଜସ୍ଥାନ ଓ ମଧ୍ୟ ପ୍ରଦେଶ  ପରି ବଡ଼ ରାଜ୍ୟ ସମେତ ପାଞ୍ଚଟି ରାଜ୍ୟରେ ହେବାକୁ ନିର୍ବାଚନରେ ଅଧିକ ରାଲିକୁ ମୋଦୀଙ୍କ ଓହ୍ଲାଇବା ସମ୍ଭାବନା କମ ରହିଛି। 

ବିଦେଶରେ ସ୍ଥିର ହୋଇଛି ଅନେକ କାର୍ଯ୍ୟକ୍ରମ

ଏ ପର୍ଯ୍ୟନ୍ତ ପିଏମ ମୋଦୀଙ୍କ ଯେଉଁ ସମ୍ଭାବିତ କାର୍ଯ୍ୟକ୍ରମ ରହିଛି ତାହା ମୁତାବକ ନଭେମ୍ବର  ୧୪ ଓ ୧୫ରେ ମୋଦୀଙ୍କ ସିଙ୍ଗାପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ସ୍ଥିର ହୋଇଛି।  ଏହା ପରେ ନଭେମ୍ବର ୩୧ ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଗସ୍ତରେ ଯିବାର ଅଛି। ଏହା ମଧ୍ୟରେ ନଭେମ୍ବର ୧୨ରେ ମୋଦୀଙ୍କ ବାରଣାସୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୧୯ରେ ମିଜୋରାମର ଏକ ରାଲିରେ ଯୋଗ ଦେବେ। ଏମିତି କାର୍ଯ୍ୟବ୍ୟସ୍ତତାକୁ ଦେଖିଲେ  ମୋଦୀଙ୍କ ପାଖରେ ପ୍ରତ୍ୟେକ ରାଜ୍ୟରେ ୧୫ ରୁ ୨୦ ରାଲି କାରିବାକୁ ସମୟ ନାହିଁ। ଯେମିତି ରାଲି ସେ କର୍ଣ୍ଣାଟକ ଓ ଗୁଜରାତରେ କରିଥିଲେ।

ଏ ପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ ନିର୍ବାଚନ ପ୍ରଚାରର କାର୍ଯ୍ୟକ୍ରମ

ପାର୍ଟି ନେତାଙ୍କ କହିବା କଥା ପ୍ରଧାନମନ୍ତ୍ରୀଙ୍କ ରାଲି କମ ହେବ କି ଅଧିକ ହେବ ସେ ନେଇ ଏବେଠୁ ଅନୁମାନ କରାଯାଇ ପାରିବ ନାହିଁ। କାରଣ ନିର୍ବାଚନୀ ମାହୋଲକୁ ଦେଖିବା ପରେ ଯାଇ ଏହି ଧରଣର କାର୍ଯ୍ୟକ୍ରମ ସ୍ଥିର କରାଯାଏ। ଏମିତିରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ଅନେକ ସାମ୍ବିଧାନିକ ଦାୟିତ୍ଵ ରହିଛି।  ଏହା ପରେ ତାଙ୍କ ପାଖରେ ଯେତିକି ସମୟ ବଞ୍ଚିବ ତାକୁ ଦୃଷ୍ଟିରେ ରଖି  ରାଲିର ଯୋଜନା କରାଯିବ ବୋଲି ବିଜେପି କହିଛି।  

Subscribe

National International State Sports Entertainment