Home >
ଦ୍ୱନ୍ଦରେ ବିହାର ମହାମେଂଟର ଆସନ ଭାଗବଂଟା
Khabar Odisha:odisha-national-politics-bihar-politics
ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡିଶା) :

ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ଥିବା ସମୟରେ ଉତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମଧ୍ୟରେ ମହାମେଂଟ ହୋଇଛି । ଅନ୍ୟ ପଟେ ପଡୋଶୀ ରାଜ୍ୟ ବିହାର ମହାମେଂଟରେ ଏପର୍ଯ୍ୟନ୍ତ ପେଚ ଅଟକି ରହିଛି । ବିହାରରେ ୮ଟି ଦଳକୁ ନେଇ କରାଯାଉଥିବା ମହାମେଂଟରେ ଆସନ ଭାଗବଂଟାକୁ ନେଇ ମନ୍ଥନ ଚାଲିଛି । ଜାନୁଆରୀର ଅନ୍ତ ମଧ୍ୟରେ ବିହାରର ସମସ୍ତ ୪୦ ଲୋକସଭା ଆସନ ଭାଗବଂଟା ହୋଇଯାଉ ବୋଲି ରାଜଦ ନେତା ତେଜସ୍ୱୀ ଯାଦବ ଚାହୁଁଛନ୍ତି । ତେବେ ଏନଡିଏରେ ଆସନ ଭାଗବଂଟା ସରିଲାଣି । ଏନଡିଏ ଆସନରୁ ନିତିଶ କୁମାର ଏବଂ ବିଜେପି ୧୭-୧୭ ଆସନ ଓ ରାମ ବିଳାଶ ପାସବାନଙ୍କ ଲୋକ ଜନଶକ୍ତି ଦଳ ୬ଟି ଆସନରୁ ଲଢିବ । 

ମହାମେଂଟରେ ଉପେନ୍ଦ୍ର କୁଶବାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଏବଂ ମୁକେଶ ଶାହାଣୀଙ୍କ ବିକାଶଶୀଳ ଇନସାନ ପାର୍ଟିଙ୍କ ଏଂଟ୍ରିରେ ଆସନର ପେଚ ଫଶି ରହିଛି । ଏହା ସହ ସିପିଆଇ ମହାମେଂଟରେ ଅଂଶଗ୍ରହଣ କରି କିଛି ଆସନ ଦାବି କରିଛି । ସେହି ଭଳି ଲୋକତାନ୍ତ୍ରିକ ଜନତା ଦଳର ଅଧ୍ୟକ୍ଷ ଶରଦ ଯାଦବ ଜେଡିୟୁରୁ ନିଲମ୍ବିତ ହେବା ପରେ ତାଙ୍କ ସହ ଥିବା ନେତାମାନଙ୍କ ପାଇଁ ମଧ୍ୟ ଆସନ ଚାହୁଁଛନ୍ତି । ପୁଣି କଂଗ୍ରେସ ୧୨ଟି ଆସନରୁ ଓ ସିପିଆଇ ତିନ ତିନ ଆସନ ଦାବି କରିଛନ୍ତି । ସମସ୍ତ ଦଳ ଆରଜେଡି ପାଇଁ କେବଳ ୧୪ ଆସନ ଛାଡିଛନ୍ତି । 

ଗତ ଲୋକସଭା ନିର୍ବାଚନରେ ରାଜଦ ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢିଥିଲେ । ରାଜଦ ନିଜ କୋଟାରୁ ୨୭ରୁ କେବଳ ଚାରି ଏବଂ କଂଗ୍ରେସ ୧୩ଟି ଆସନରୁ ଦୁଇଟି ଆସନରୁ ଜିତ ହାସଲ କରିଥିଲା । ଏବେ ରାଜଦ ୨୭ରୁ ଅଧିକ ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଛି । ଏବେ ଆସନକୁ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି । ରାଲୋସପା ଏବଂ ରାଜଦ ମଧ୍ୟରେ ଜହାନାବାଦ ଆସନକୁ ନେଇ ଏବେ ବାର୍ତାଳାପ ଚାଲିଛି । କେବଳ ସେତିକି ନୁହେଁ ଦରଭଙ୍ଗା ଲୋକସଭା ଆସନରୁ ତିନି ଜଣ ଆଶାୟୀ ଅଛନ୍ତି । ଏହି ପରିସ୍ଥିତି ସୀତାମଢୀରେ ଦେଖିବାକୁ ମିଳିଛି । 

Subscribe

National International State Sports Entertainment