Home >
ସପା-ବିଏସପି ମହାମେଂଟକୁ ନେଇ ରାହୁଲଙ୍କ ପ୍ରତିକ୍ରିୟା, ୟୁପିରେ ଆମେ ଏକା ଲଢିବୁ, କମାଲ କରିଦେବୁ
Khabar Odisha:odisha-natioanl-political-rahul-gandhi-said-on-sp-bsp-politics
ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡିଶା) :

୨୦୧୯ ଲୋକସଭା ନିର୍ବାଚନ ପାଇଁ ଉତର ପ୍ରଦେଶରେ ସପା ଏବଂ ବିଏସପି କଂଗ୍ରେସ ବିନା ମହାମେଂଟ କରିବା ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁବାଇରୁ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ତାଙ୍କ ଦଳ ସମ୍ପୂର୍ଣ୍ଣ କ୍ଷମତାର ସହ ନିର୍ବାଚନ ଲଢିବ । ଗାନ୍ଧୀ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି କି, ତାଙ୍କ ମନରେ ସପା ଏବଂ ବିଏସପି ସୁପ୍ରିମୋଙ୍କ ପାଇଁ ସମ୍ମାନ ରହିଛି । ତେଣୁ ସେମାନେ ଯାହା କରିବାକୁ ଚାହୁଁଛନ୍ତି ତାହା କରିବା ପାଇଁ ତାଙ୍କର ସମ୍ମୂର୍ଣ୍ଣ ଅଧିକାର ରହିଛି । ଉତର ପ୍ରଦେଶର ଲୋକଙ୍କ ପାଇଁ କାମ କରିବାକୁ ଆମ ନିକଟରେ ବହୁତ ମୁଦ୍ଦା ରହିଛି ତେଣୁ ଆମେ କଂଗ୍ରେସ ଦଳ ଭାବରେ ଯଥାସମ୍ଭବ ପ୍ରୟାଶ କରିବୁ । 

ରାହୁଲ ପୁଣି କହିଛନ୍ତି କି, ବିଏସପି ଏବଂ ଏସପି ରାଜନୈତିକ ନିର୍ଣ୍ଣୟ ନେଇଛନ୍ତି । ଏବେ ଏହା ଆମ ଉପରେ ନିର୍ଭର କରୁଛି କି, ଆମେ ଉତର ପ୍ରଦେଶରେ କିଭଳି କଂଗ୍ରେସକୁ ମଜବୁତ କରିବୁ । ତେବେ ସପା ଏବଂ ବିଏସପି ଦୁହେଁ ଦୁହିଁଙ୍କ ବିପକ୍ଷରେ ଥିବା ବେଳେ ଗତକାଲି ସେମାନେ ମହାମେଂଟର ଔପଚାରିକ ଘୋଷଣା କରିଛନ୍ତି । ସେମାନେ କଂଗ୍ରେସକୁ ମହାମେଂଟରୁ ଦୂରେଇ ରଖିଛନ୍ତି । ଏହି ଦୁଇ ଦଳ ଉତର ପ୍ରଦେଶରେ ୩୮-୩୮ଆସନରୁ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି । ସେମାନେ କଂଗ୍ରେସ ପାଇଁ ଦୁଇଟି ଆସନ ଡଛାଡିଛନ୍ତି । ଅମେଠି ଏବଂ ରାୟବରେଲି ସୋନିଆ ଏବଂ ରାହୁଲଙ୍କର ଆସନ ହୋଇଥିବା କାରଣରୁ ତାହା କଂଗ୍ରେସ ପାଇଁ ଛଡାଯାଇଛି । 

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନେଇ ରାହୁଲ ଦେଇଥିବା ବୟାନରେ ତାଙ୍କୁ ପଚରାଯିବାରୁ ସେ ଉତର ଦେଇଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୀଲ ଅମ୍ବାନୀଙ୍କୁ ୩୦୦୦୦ କୋଟି ଟଙ୍କା ଚୋରୀ କରିବାରେ ସାହାଯ୍ୟ କରିଛନ୍ତି । ଏଥିପାଇଁ ଲୋକସଭା ଏମିତି ଏକ ସ୍ଥାନ ଯେଉଁଠାରେ ତାଙ୍କୁ ପ୍ରତିରକ୍ଷା ପାଇଁ କେହି ଦରକାର । କିନ୍ତୁ ସେଠାରେ ସେ ନିଜର ସୁରକ୍ଷା ପାଇଁ ଅନ୍ୟ ଜଣେ ଲୋକଙ୍କୁ ପଠାଇ ଦେଲେ ଏବଂ ସେହି ବ୍ୟକ୍ତି ଜଣକ ମହିଳା ଥିଲେ । ତେଣୁ ଯଦି ସେ ପୁରୁଷ ହୋଇଥାନ୍ତେ ତଥାପି ମଧ୍ୟ ମୁଁ ଟିପ୍ପଣୀ କରିଥାନ୍ତି । ମୋ ଉପରେ ଲୈଙ୍ଗିକ ମତଭେଦ ଥୋପା ଯାଇଛି ।  । 

Subscribe

National International State Sports Entertainment