Home >
ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ ଅବରୋଧ, ଯାତାୟତ ଠପ୍‌
Khabar Odisha:odisha-locals-protest-on-biju-express-way
ସୁନ୍ଦରଗଡ଼, ଫେବୃୟାରୀ ୧୨ (ଖବର ଓଡ଼ିଶା):

ସୁନ୍ଦରଗଡ଼ କିରେଇ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରାଯାଇଛି । ଅଗ୍ରିଆ ସମାଜ ପକ୍ଷରୁ ରାସ୍ତା ବନ୍ଦ କରାଯାଇଛି । ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ଅଗ୍ରିଆ ସମାଜକୁ ଜାତିଆଣ ଆକ୍ଷେପ ଓ କିରେଇ ଆଇଟିଟିରୁ ସମସ୍ତ କର୍ମଚାରୀଙ୍କୁ ବହିଷ୍କାର କରିବା ପ୍ରତିବାଦରେ ଏହି ଅବରୋଧ କରାଯାଇଛି । ଫଳରେ ରାସ୍ତା ଉପରେ ଶତାଧିକ ଗାଡ଼ି ଅଟକି ରହିଛି ।

କିରେଇରେ ଥିବା ଆଇଟିଟିରୁ ୫୨ ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି । ଜିଲ୍ଲାପାଳ ଓ ବିଡ଼ିଓଙ୍କ ନିର୍ଦ୍ଦେଶ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେହିପରି ଅନୁଷ୍ଠାନର ସମ୍ପାଦକ ଦେବରାଜ ସାହୁ ପାଖାପାଖି କୋଟିଏ ଟଙ୍କାର ହେରଫେର କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଦେବରାଜଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଏହା ସହିତ ଅଗ୍ରିଆ ସମାଜର କର୍ମଚାରୀଙ୍କୁ ଯୋଗେଶ ସିଂ ମଧ୍ୟ ଜାତିଆଣ ଆକ୍ଷେପ କରିଥିଲେ । ଯାହାକୁ କେନ୍ଦ୍ର କରି ୧୫ ଦିନର ଧାରଣା ଓ ରାଲି ପରେ ଆଜି କିରେଇ ନିକଟରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରାଯାଇଛି । ରାସ୍ତା ବନ୍ଦ ଯୋଗୁଁ ଉଭୟ ପାର୍ଶ୍ୱରୁ ଶତାଧିକ ଗାଡ଼ି ଅଟକି ରହିଛି । ଫଳରେ ବିଜୁ ଏକ୍ସପ୍ରେସ ୱେ ଉପରେ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି ।

  • Tags:

Subscribe

National International State Sports Entertainment