Home >
ନାଗରିକତା ବିଲ ପାସ୍ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲା ଉଲଫା
Khabar Odisha:national-odisha-politics-ulfa-warn-central-government
ଗୌହାଟି, ଜାନୁଆରୀ ୧୩(ଖବର ଓଡିଶା):

ଆସାମରେ କେନ୍ଦ୍ର ସରକାରଙ୍କ ନାଗରିକତା ବିଲ ପାସକୁ ନେଇ ବିରୋଦ୍ଧାଭାସ ଜାରି ରହିଛି । ୟୁନାଇଟେଡ୍ ଲିବରେଶନ ଫ୍ରଂଟ ଅଫ ଆସାମ(ଉଲଫା) ବିଲ ପାସ୍ କୁ ନେଇ ସରକାରଙ୍କ ସହ ଚୁକ୍ତିପୂର୍ବ ଆଲୋଚନାକୁ ଭାଙ୍ଗିବା ପାଇଁ ଧମକ୍ ଦେଇଛନ୍ତି । ବିବାଦ ଭିତରେ ଥିବା ଏହି ବିଲ୍ ଲୋକସଭାରେ ପାରିତ ହୋଇଯାଇଥିଲେ ମଧ୍ୟ ରାଜ୍ୟସଭାରେ ଏଯାଏଁ ପାରିତ ହୋଇନାହିଁ ।

୨୦୧୧ ମସିହାରେ ଉଲଫା ଓ କେନ୍ଦ୍ର ମଧ୍ୟରେ ଏକ ବାର୍ତା ହୋଇଥିଲା । ଉଲଫା ନେତା ମୁଣାଲ ହଜାରିକା କହିଛନ୍ତି କେନ୍ଦ୍ର ସରକାର ଯଦି ଏହି ବିଲକୁ ନେଇ ଆଗକୁ କିଛି ପଦକ୍ଷପ ନିଅନ୍ତି ତେବେ ଆମ ଭିତରେ ହୋଇଥିବା ବାର୍ତା ପ୍ରଭାବିତ ହୋଇପାରେ । ଆସାମ ଏହି ବିଲକୁ ସମ୍ପୂର୍ଣ୍ଣ ବିରୋଧ କରୁଛି, ଏହି ସମୟରେ କେନ୍ଦ୍ର ସହ ବାର୍ତା ଜାରି ରଖିବା ବହୁତ କଷ୍ଟକର ହେବ ଯଦି ସେ  ଏହାକୁ ନେଇ ଆଗକୁ ବଢନ୍ତି । ଏହି ବିଲ ରାଜ୍ୟର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଛି ।

ଉଲଫା ନେତାମାନେ ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲେ ଯେ ଯୁବସେନା ମାରଣାସ୍ତ୍ର ଧରିବାକୁ ବାଧ୍ୟ ହେବେ ଯଦି ଏହି ବିଲ ପାରିତ ହୁଏ । ବାଂଲାଦେଶ, ପାକିସ୍ତାନ ଓ ଆଫଗାନୀସ୍ତାନର ଲଘୁ ସଂଖ୍ୟକଙ୍କୁ ଧାର୍ମିକ ଆଧାରରେ ଗ୍ରହଣ କରାଯାଏ । ଆସାମ ଛଡା ଉତର ପୂର୍ବର ଅନ୍ୟ ବିଜେପି ଶାସିତ ରାଜ୍ୟରେ ମଧ୍ୟ ବିଲକୁ ନେଇ ବିରୋଧ କରାଯାଉଛି ।

ମେଘାଳୟ ସରକାର ବିଧାନସଭାରେ ଏହି ବିଲ ବିରୁଦ୍ଧରେ ପ୍ରସ୍ତାବ ପାରିତ କରିଥିଲେ ଓ ମଣିପୁର ମଧ୍ୟ ପରିବର୍ତନ ପାଇଁ କହିଥିଲା । ଶନିବାର ମୁଣରଲ ହଜାରିକା ଓ ଉଲଫା ଦଳର ଅନ୍ୟ ନେତା ଅନୁପ ଛେତିୟାଙ୍କୁ ପୋଲିସ ଜାନୁଆରୀ ୬ରେ ବିଜେପି କାର‌୍ୟ୍ୟାଳୟ ଘେରାଉକୁ ନେଇ ସମନ ଦେଇ ଥାନକୁ ଡକେଇଥିଲା ।

Subscribe

National International State Sports Entertainment