Home >
ସିବିଆଇ ନମ୍ବର ୨ ଅଧିକାରୀଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା, ହୋଇପାରନ୍ତି ଗିରଫ !
Khabar Odisha:national-news-odisha-cbi-issue
ନୂଆଦିଲ୍ଲୀ, ଜାନୁଆରୀ ୧୧ (ଖବର ଓଡିଶା)

ସିବିଆଇର ଦ୍ୱିତୀୟ ବରିଷ୍ଠ ଅଧିକାରୀ ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଗିଥିବା ଦୁର୍ନୀତି ଅଭିଯୋଗର ହେବ ତଦନ୍ତ । ଶୁକ୍ରବାର ଆସ୍ଥାନାଙ୍କ ବିରାଧରେ ଆସିଥିବା ଅଭିଯୋଗର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟର ଜଜ ଜଷ୍ଟିସ୍ ନାଜମୀ ୱାଜରୀ ସିବିଆଇ ସ୍ପେସାଲ ଡାଇରେକ୍ଟର ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ କରାବାର ନେଇ ରୁଜୁ ହୋଇଥିବା ମାମଲାକୁ ଖାରଜ କରିବାକୁ ମନା କରିଦେଇଛନ୍ତି । ସିବିଆଇ ସ୍ପେସାଲ ଡିଜି ରାକେଶ ଆସ୍ଥାନା, ସିବିଆଇ ଡେପୁଟୀ ସୁପରିଟେଣ୍ଡଣ୍ଟ ଦେବେନ୍ଦ୍ର କୁମାର ଓ ମଧ୍ୟସ୍ଥି ମନୋଜ ପ୍ରସାଦଙ୍କ ନାଁରେ ଲାଞ୍ଚ କରାବାର ନେଇ ମାମଲା ରୁଜୁ ହୋଇଛି । ମିଳିଥିବା ସୂତ୍ର ଅନୁସାରେ ରେକଶ ଆସ୍ଥାନାଙ୍କୁ ଗିରଫ ମଧ୍ୟ କରାଯାଇପାରେ । 

ଦିଲ୍ଲୀ ହାଇକୋର୍ଟ ଏଫଆଇଆର ରିପୋର୍ଟକୁ ନେଇ ରୁଜୁ ହୋଇଥିବା ୩ଟି ମାମଲାରେ ଶୁଣାଣି କରିଛନ୍ତି । ଯେଉଁଥିରେ ରାକେଶ ଆସ୍ଥାନଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଭ୍ରଷ୍ଟାଚାର ସହ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ହୋଇଛି । 

ହାଇଦ୍ରାବଦରେ ବାସ କରୁଥିବା ବ୍ୟବସାୟୀ ସତିଶ ବାବୁ ସାନା ଆସ୍ଥାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଲାଞ୍ଚ ନେଇ ମାଂସ ବ୍ୟବସାୟୀ ମୋଇନ କୁରେଶିଙ୍କୁ ଗୋଟିଏ କେସରେ ସାହାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ।  

Subscribe

National International State Sports Entertainment