Home >
ପ୍ରତିଦିନ ଖାଆନ୍ତୁ ଗଜା ମୁଗ ରକ୍ତଚାପ ନିୟନ୍ତ୍ରଣ ସହିତ ମିଳିଥାଏ ଅନେକ ଲାଭ
Khabar Odisha:moong-sprout-a-delicious-and-healthy-food
ଭୁବନେଶ୍ୱର, ସେପ୍ଟେମ୍ବର ୧୪, (ଖବର ଓଡିଶା)

ବର୍ତମାନ ଯୁବ ସମାଜ ପାଷ୍ଟପୁଡ ମାୟାରେ କବଳିତ । ବ୍ୟସ୍ତ ଜୀବନ ଭିତରେ ବାହାରେ ମିଳୁଥିବା ତେଲ ମସଲାଯୁକ୍ତ ଖାଦ୍ୟ କିଛି ସମୟ ପାଇଁ ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ପରମୁହୁର୍ତରେ ଏହା ଆମ ପାଇଁ ବିପଦକୁ ଡାକିଥାଏ ।  ଆଜିକାଲି ଆମେ ଯେଉଁ ଖାଦ୍ୟ ଖାଉଛୁ ତାହା ପାଟିକୁ ସୁଆଦିଆ ଲାଗୁଛି ଓ ପେଟ ପୂରୁଛି ସତ । କିନ୍ତ ଶରୀରକୁ ଆବଶ୍ୟକ ଭିଟାମିନ୍ ଓ ମିନେରାଲ ମିଳିପାରୁ ନାହିଁ । ତେଣୁ ଆମର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଆମ ପ୍ରତିଦିନ ନୂଆ ନୂଆ ରୋଗର ଶିକାର ହୋଇ ଚାଲିଛୁ । ଆମ ହାତ ପାହାନ୍ତାରେ ଏଭଳି କିଛି ଖାଦ୍ୟ ଅଛି ଯାହା ଖାଇଲେ ଆମ ଶରୀରର ଭିଟାମିନ୍ ଅଭାବ ଦୂର ହୋଇପାରିବ । ତାହା ହେଉଛି ଗଜାମୁଗ । ଏଥିରେ ପ୍ରୋଟିନ୍‌, ମିନେରାଲ ଓ ଭିଟାମିନ୍‌ ଭରପୂର ହୋଇ ରହିଥାଏ।

 ପ୍ରତିଦିନ ମର୍ଣ୍ଣିଂୱାକ୍‌ ବା ବ୍ୟାୟାମ ସାରି ଏହାକୁ ଖାଇଲେ ଫାଇଦା ମିଳିଥାଏ। ଗଜାମୁଗ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଓ ଗଜାମୁଗରେ ଭିଟାମିନ ଈ,   ଭିଟାମିନ୍ ଈ –  ୬, ମାଗ୍ନେସିଅମ, କପର, ଫାଇବର ଥାଏ ଓ ଏହ ସବୁ ଭିଟାମିନ୍ ଯୋଗୁଁ ଆମ ଶରୀରରେ ପ୍ରତିଦିନ ନୂଆ ନୂଆ ରକ୍ତକୋଷ ସୃଷ୍ଟି ହୋଇଥାଏ।  ଗଜାମୁଗରେ ଭିଟାମିନ କ ଥାଏ ଓ ଭିଟାମିନ କ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଉପାଦାନ ଓ ଭିଟାମିନ କ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । ଯାହା ଫଳରେ ଯେ କୌଣସି ପ୍ରକାର ଦୁର୍ଘଟଣା ବା ଆଘାତ ଜନିତ ରକ୍ତସ୍ରାବ ସହଜରେ ବନ୍ଦ ହୋଇଥାଏ। ଏକ କପ ଗଜାମୁଗରେ ୩୪ ମାଇକ୍ରୋଗ୍ରାମ ଭିଟାମିନ କ ଥାଏ । ଭିଟାମିନ କ ଅସ୍ଥି ଗଠନରେ ସହାୟକ ହୋଇଥାଏ ।

ଆୟୁର୍ବେଦ ମତରେ ଏହା ଏକ ନିୟନ୍ତ୍ରିତ ଖାଦ୍ୟ । ଏହା ଖାଇବା ଦ୍ୱାରା ଶରୀରର ସମସ୍ତ ପୋଷକ ତତ୍ତ୍ୱର ଅଭାବ ଦୂର କରିଥାଏ । ଦୈନନ୍ଦିନ ଖାଦ୍ୟରେ ଯେଉଁ ଅଭାବ ଥାଏ ତାହା ଗଜାମୁଗ ଦ୍ୱାରା ପୂରଣ ହୁଏ । ଗଜାମୁଗରେ ପେପ୍‌ଟିସାଇଡ ଥାଏ ।  ପେପ୍‌ଟିସାଇଡ ଆମ ଶରୀରର ରକ୍ତ ଚାପ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ।

ଗଜାମୁଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୁଏ । ଗଜାମୁଗରେ ଫାଇବର ରହୁଥିବାରୁ ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ମୁଗ ଗଜା ହୋଇଗଲା ପରେ ଏଥିରେ ଥିବା ଶର୍କରା ଗ୍ଲୁକୋଜକୁ ଓ ଫ୍ରୁକଟୋଜ ମଲଟୋଜକୁ ରୂପାନ୍ତରିତ ହୋଇଥାଏ ଓ ଯାହା ଫଳରେ ଗଜା ମୁଗ ସ୍ଵାଦିଷ୍ଟ ଓ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ ଓ ଅକାଳରେ ବାଳ ଝଡ଼ିବା ଆଜି ଯୁବଗୋଷ୍ଠୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରତିଦିନ ଗଜା ମୁଗ ଖାଇବା ଦ୍ୱାରା ଅକାଳରେ ବାଳ ଝଡ଼ିବା କମିଯାଏ। ଗଜାମୁଗରେ ଭିଟାମିନ୍ ସି ରହୁଥିବାରୁ ବାଳ ମୂଳରୁ ମଜବୁତ୍ ହୁଏ ଏହା  ଦ୍ୱାରା ଝଡ଼ିବା ବନ୍ଦ ହୁଏ । ପ୍ରତିଦନ ଗଜାମୁଗ ଖାଉଥିବା ବ୍ୟକ୍ତିଙ୍କର ପ୍ରାୟ  ତ୍ୱଚାର ଔଜଲ୍ଲ୍ୟ ବୃଦ୍ଧି ପାଏ ଓ ଚର୍ମ ରୋଗ ମଧ୍ୟ ହୁଏ ନାହିଁ । ଶାରୀରିକ ବିକାଶ ଠିକ୍ ହେଉ ନ ଥିବା ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ।

  • Tags:

Subscribe

National International State Sports Entertainment