Home >
ମଧ୍ୟପ୍ରଦେଶରେ ପୋଲିସର ଗୁଣ୍ଡାଗିରି , ଭିଡିଓ ଭାଇରାଲ
Khabar Odisha:madhya-pradesh-police-pulled-thief-s-hair-and-dragged
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪, (ଖବର ଓଡିଶା)

ବାରମ୍ବାର ପୋଲିସ ବିରୁଦ୍ଧରେ ଗୁଣ୍ଡାଗିରି  ବା ନିଜ ଶକ୍ତିର ଅପବ୍ୟବହାର ଶୁଣିବାକୁ ମିଳୁଥିବା ବେଳେ ଆଉ ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଘଟିଯାଇଛି । ମଧ୍ୟପ୍ରଦେଶ ପୋଲିସର ନିର୍ଦ୍ଦୟ ଚେହେରା ପୁଣି ସାମନାକୁ ଆସିଛି । 

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ପୋଲିସ ଅଫିସର ନିଶାସକ୍ତ ଅବସ୍ଥାରେ ଏକ ଚୋରର ଚୁଟି ଧରି ଘୋଷାଡି ଘୋଷାଡି ନେଉଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହୋଇଛି । 

ସୂଚନାଯୋଗ୍ୟ କି, ମଧ୍ୟପ୍ରଦେଶର ସିଭିଲ ଲାଇନ ଥାନା ଅଂଚଳର ପଥରିୟାସ୍ଥିତ ବଲି କଲୋନିରେ ଏକ ଚୋର ଚୋରି କରି ଦୌଡିକି ଛାତରୁ ଡେଇଁବା ସମୟରେ ଆହାତ ହୋଇ ତଳେ ପଡି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକମାନେ ଆହତ ଚୋରକୁ ଧରି ଖୁବ ମାଡମାରିଥିଲେ । ସୁଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ପୋଲିସ ଉକ୍ତ ଚୋରକୁ ଥାନାକୁ ନେଇ ପଚରା ଉଚରା କରିବା ବଦଳରେ ସମସ୍ତଙ୍କ ସାମନାରେ ଚୁଟି ଧରି ଘୋଷାଡି ଘୋଷାଡି ନେଇଥିଲେ । ଏହାକୁ କେହି ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଥିଲେ । 

  • Tags:

Subscribe

National International State Sports Entertainment