Home >
ନଓ୍ଵାଜ ସରିଫଙ୍କ ପତ୍ନୀ କୁଲସୁମଙ୍କ ଲଣ୍ଡନରେ ପରଲୋକ, ପାକିସ୍ତାନ ଜେଲରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ
Khabar Odisha:kulsum-nawaz-wife-of-former-pakistan-pm-nawaz-sharif-has-passed-away-in-london
ନୂଆଦିଲ୍ଲୀ, ସେପ୍ଟେମ୍ବର୧୧(ଖବର ଓଡ଼ିଶା):

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ପାଇଁ ଆସିଛି ଦୁଃଖଦ ଖବର। ତାଙ୍କର ପତ୍ନୀ କୁଲସୁମ ନଓ୍ଵାଜଙ୍କ ନିଧନ ଆଜି ଲଣ୍ଡନରେ ହୋଇଛି। ସେ ଦୀର୍ଘ ଦିନ ଧରି ଦୁରାଗ୍ୟ ରୋଗରେ ପୀଡ଼ିତ ଥିଲେ। ଜିଓ ଟିଭିର ରିପୋର୍ଟ ମୁତାବକ କୁଲସୁମଙ୍କ ଚିକିତ୍ସା ଲଣ୍ଡନର ହାର୍ଲେ ଷ୍ଟ୍ରିଟ୍ କ୍ଲିନିକରେ ୨୦୧୪ରୁ ଚାଲୁଥିଲା। ତାଙ୍କୁ ଗତକାଲିଠୁ ଡାକ୍ତର ଜୀବନ ରକ୍ଷକ ପ୍ରଣାଳୀରେ ରଖିଥିଲେ।  ମୃତ୍ୟୁ ସମୟରେ ତାଙ୍କୁ ୬୮ ବର୍ଷ ହୋଇଥିଲା। 

ଡାକ୍ତର ୨୦୧୭ ଅଗଷ୍ଟରେ ତାଙ୍କ ବେକରେ କ୍ୟାନ୍ସର ହୋଇଥିବା ସୂଚନା ଦେଇଥିଲେ।  ସେ ୧୯୭୧ରେ ନଓ୍ଵାଜଙ୍କୁ ନିକାହ କରିଥିଲେ। ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ନଓ୍ଵାଜ ସରିଫ ଏବଂ ତାଙ୍କ ଝିଅ ମରିୟମ ରାଓ୍ଵଲପିଣ୍ଡିର ଅଡିୟାଲା ଜେଲରେ ସଜା କାଟୁଛନ୍ତି। 

ନିକଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ଓ ତାଙ୍କର ଝିଅ ମରିୟମ ଲଣ୍ଡନରେ କୁଲସୁମଙ୍କ ପାଖରେ ଥିଲେ। ପାକିସ୍ତାନର ଅଦାଲତ ଦ୍ଵାରା ଭ୍ରଷ୍ଟାଚାର ମାମଲାରେ ସଜା ଶୁଣାଯିବା ପରେ ନଓ୍ଵାଜ ନିଜର ଝିଅ ମରିୟମଙ୍କ ସହିତ ସ୍ଵଦେଶ ଫେରିଥିଲେ। ଏହା ପରେ ଉଭୟଙ୍କୁ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। 

  • Tags:

Subscribe

National International State Sports Entertainment