Home >
କର୍ଣ୍ଣାଟକରେ ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତୁତିରେ ସରକାର, ବିରୋଧ କଲେ ବିଜେପି କାର୍ଯ୍ୟକର୍ତା
Khabar Odisha:karnataka-bjp-workers-and-members-stage-protest-in-bengaluru-opposing-tipu-jayanti-celebrations
ବେଙ୍ଗାଲୁରୁ, ନଭେମ୍ବର ୦୯ (ଖବର ଓଡିଶା) :

କର୍ଣ୍ଣାଟକ ସରକାର ଶାସକ ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତୁତି କରୁଥିବା ସମୟରେ ବିଜେପି ଏହାକୁ ବିରୋଦ୍ଧ କରିବା ଆରମ୍ଭ କରି ସାରିଲାଣି । ବିଜେପି କାର୍ଯ୍ୟକର୍ତାଙ୍କ ସହିତ ବିଭିନ୍ନ ସ୍ଥାନରେ ବିରୋଦ୍ଧ ପ୍ରଦର୍ଶନ କରିଛନ୍ତି । ତେବେ ବିଜେପିର ବିରୋଦ୍ଧ ସତ୍ୱେ ମଧ୍ୟ କର୍ଣ୍ଣାଟକ ସରକାର ଟିପୁ ସୁଲତାନଙ୍କ ଜୟନ୍ତୀ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସମ୍ପନ୍ନ କରିବେ ବୋଲି ଘୋଷଣା କରିଛନ୍ତି ।  

ସୂଚନାନୁଯାୟୀ, ନଭେମ୍ବର ୧୦ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ବିରୋଦ୍ଧରେ ବିଜେପି ଏବଂ ଶ୍ରୀ ରାମ ସେନାର ସମର୍ଥକ ପ୍ରଦର୍ଶନ କରୁଛନ୍ତି । ଟିପୁ ସୁଲତାନଙ୍କୁ ବିଜେପି ଅତ୍ୟାଚାରୀ ଶାସକ କହିଛି । କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡେ କହିଛନ୍ତି କି, ଜଣେ ଅତ୍ୟାଚାରୀଙ୍କ ଜନ୍ମଦିନ ପାଳନ କରିବା କୌଣସି ଆବଶ୍ୟକ ନାହିଁ । ସେ କହିଛନ୍ତି ଯେ, ଟିପୁ ସୁଲତାନ ହିନ୍ଦୁ ବିରୋଦ୍ଧୀ ଥିଲେ । ସେହି ସମୟରେ ବିଜେପି ପ୍ରବକ୍ତା ଏସ୍ ପ୍ରକାଶ କହିଛନ୍ତି କି, ଟିପୁ ସୁଲତାନଙ୍କ ଜୟନ୍ତୀ କଂଗ୍ରେସ ସରକାର ପାଳନ କରିବାକୁ ନିଷ୍ପତି ନେଇଥିବା ସମୟରେ ତାଙ୍କର ବହୁ ବିରୋଧ ହୋଇଥିଲା । ଏହା ପୂର୍ବରୁ ୟଦ୍ଦୁରପ୍ପା ଏହାର ବିରୋଦ୍ଧ କରି କହିଥିଲେ ଯେ, ସେ ଟିପୁ ଜୟନ୍ତୀର ବିରୋଦ୍ଧ କରୁଛନ୍ତି । ଲୋକଙ୍କ ହିତ ପାଇଁ ରାଜ୍ୟ ସରକାର ଏହାକୁ ରୋକିବା ଉଚିତ୍ । ତେବେ ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ କରିବାର ଅର୍ଥ ହେଉଛି ରାଜ୍ୟ ସରକାର ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କୁ ଖୁସି କରେଇବାକୁ ଚାହୁଁଛନ୍ତି । 

ତେବେ ଏଚଡି କୁମାରସ୍ୱାମୀ ଗୁପ୍ତ ଭାବରେ ଏହି କାର୍ଯ୍ୟକ୍ରମକୁ ବିଧାନ ସୌଧରୁ ହଟାଇ ଏକ ଅନ୍ୟ ସ୍ଥାନରେ ଆୟୋଜନ କରୁଥିବା ସୂଚନା ମିଳିଛି । ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହମନ୍ତ୍ରୀ ଏଥିପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ଆୟୋଜନ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ କୌଣସି ବାଧା ସୃଷ୍ଟି କରିବାକୁ ଚେଷ୍ଟା କଲେ କୁମାରସ୍ୱାମୀ ଆଇନିର ପ୍ରଶୟ ନେବେ ବୋଲି ଚେତାବନୀ ଦେଇଛନ୍ତି । 

Subscribe

National International State Sports Entertainment