Home >
ଶ୍ଲୋକ ପଢ଼ି ଅନ୍ତିମ ସଂସ୍କାର କରିବ ରୋବୋର୍ଟ
Khabar Odisha: funerals-robot-priest

ଜାପାନ, ସେପ୍ଟେମ୍ବର ୧୪(ଖବର ଓଡିଶା): ମଣିଷ ପରି ଦେଖାଯାଉଥିବା ଏକ ରୋବୋର୍ଟ ନିର୍ମାଣ କରିଛି ଜାପାନର କମ୍ପାନୀ । ରୋବୋର୍ଟର ନାମ ପେପର ରଖିଛି । ପେପର ରୋବୋର୍ଟ ଜଣେ ବୌଦ୍ଧ ପୂଜାରୀ ଭଳି ଶ୍ଲୋକ ପଢ଼ି ଅନ୍ତିମ ସଂସ୍କାର କରାଇବ । ଜାପାନର ରୋବୋର୍ଟ ନିର୍ମାତା କମ୍ପାନୀ ପେପର ଏପରି ରୋବୋର୍ଟ ଲଞ୍ଚ କରିଛି । ଉକ୍ତ ରୋବୋର୍ଟର ପୋଷାକ ମଧ୍ୟ ବୌଦ୍ଧ ଧର୍ମର ପ୍ରିଷ୍ଟମାନଙ୍କ ପରି ହେବ । ଶ୍ଲୋକ ପଢ଼ିବା ଛଡା ଡ୍ରମ୍‌ ବଜାଇବାରେ ସକ୍ଷମ ହେବ ରୋବୋର୍ଟଟି ।
 
ଜାପାନର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଲାଣି, ଏଥିପାଇଁ ଜାପାନ ମଧ୍ୟ ଚିନ୍ତିତ । ଏହି କାରଣରୁ କାରଖାନା, ହୋଟେଲ ଓ ହସ୍ପିଟାଲମାନଙ୍କରେ ବହୁମାତ୍ରାରେ ରୋବୋର୍ଟମାନଙ୍କୁ ନିଯୁକ୍ତ କରାଯାଉଛି । ଅନ୍ତିମ ସଂସ୍କାର କରୁଥିବା ବୌଦ୍ଧ ପୂଜାରୀଙ୍କ ସଂଖ୍ୟା ମଧ୍ୟ କମିଲାଣି । ସାଧାରଣ ଭାବେ ସେମାନଙ୍କର ଭଲ ଆୟ ହୁଏନାହି, ଫଳରେ ଆଉ କେହି ଏହି ବୃତ୍ତି ପ୍ରତି ଆକୃଷ୍ଟ ହେଉନାହାନ୍ତି ।
 
ପୂଜାରୀଙ୍କ ସଂଖ୍ୟା ବହୁତ କମ୍‌, କମ୍ପାନୀ ଏହି ଅଭାବକୁ ରୋବୋର୍ଟ ମାଧ୍ୟମରେ ପୂରା କରିବାକୁ ଚାହୁଁଛି । ରୋବୋର୍ଟ ପୂଜାରୀ ମଣିଷ ପୂଜାରୀ ଠାରୁ ବହୁତ ଶସ୍ତା । ପୂଜାରୀ ଗୋଟିଏ ଅନ୍ତିମ ସଂସ୍କାର ବଦଳରେ ୨,୪୦,୦୦୦ ୟେନ୍‌ ଅର୍ଥାତ ପ୍ରାୟ ୨,୨୦୦ ଡଲାର ନେଇଥାଏ, ମାତ୍ର ରୋବୋର୍ଟ ୪୫୦ ଡଲାର୍‌ରେ ଏହି କାର୍ୟ୍ୟ କରିଦେବ । 

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments