Home >
ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା
Khabar Odisha:business-news-odisha-Ivanka-Trump-Could-Be-The-Next-Head-Of-The-World-Bank
ନୂଆଦିଲ୍ଲୀ,ଜାନୁଆରୀ ୧୨ (ଖବର ଓଡିଶା)

ଆମୋରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କ ଟ୍ରମ୍ପ ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି । ଇଭାଙ୍କା ନାଁ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦର ରେସରେ ଅଛନ୍ତି । ଇଭାଙ୍କା ବର୍ତ୍ତମାନ ଆମେରିକାର ହ୍ୱାଇଟ ହାଉସର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । 

ମିଳିଥିବା ରିପୋର୍ଟ ଅନୁସାରେ ଏହି ରେସରେ ଇଭାଙ୍କ ସହିତ ସଂଯୁକ୍ତ ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରଦୂତ ନିକ୍କୀ ହେଲୀ ମଧ୍ୟ ଏହି ରେସରେ ସାମିଲ ଅଛନ୍ତି । ଗୁରୁବର ବିଶ୍ୱବ୍ୟାଙ୍କ ବୋର୍ଡ ସୂଚନା ଦେଇଛି ଯେ ଆସନ୍ତା ମାସରେ ଆରମ୍ଭରେ ନୂଆ ଅଧ୍ୟକ୍ଷଙ୍କ ପାଇଁ ଆବେଦନ ପତ୍ର ଗ୍ରହଣ କରାଯିବ ଏବଂ ଏପ୍ରିଲ ମାସ ମଧ୍ୟ ସୁଦ୍ଧା ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯିବ । ବର୍ତ୍ତମାନର ଅଧ୍ୟକ୍ଷ କିମ ପ୍ରଥମଥର ପାଇଁ ଆମେରିକାର ନୋମିନ ଭାବେ ୨୦୧୨ ରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ପଦ ପାଇଁ ଲଢିଥିଲେ । ବିଶ୍ୱ ବ୍ୟାଙ୍କ ବୋର୍ଡର କହିଛି ଯେ ଏହି ଚୟନ ପ୍ରକ୍ରିୟା ମେରିଟ ଏବଂ ଟ୍ରାନ୍ସପେରଣ୍ଟ ହେବ । ଏହା ଆମେରିକାର ପକ୍ଷରୁ ପାର୍ଥୀ ହୋଇ ନଥିବା ପ୍ରତ୍ୟାୟୀଙ୍କୁ ଯେପରି ଅଣଦେଖା ନକରାଯାଏ ସେ ପ୍ରତି ଦୃଷ୍ଟି ଦେବୁ । 

ବିଶ୍ୱ ବ୍ୟାଙ୍କର ବର୍ତ୍ତମାନର ଅଧ୍ୟକ୍ଷ ଜିମ ୟାଙ୍ଗ କିମ ସୋମବାର କହିଥିଲେ ଯେ ଜାନୁଆରୀ ଶେଷରେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଜଳବାୟୁ ପରିବର୍ତ୍ତନ ନେଇ ଟ୍ରମ୍ପଙ୍କ ନୀତିରେ ଅସନ୍ତୁଷ୍ଟ ଅଛନ୍ତି । 

Subscribe

National International State Sports Entertainment