Home >
ଜାଣନ୍ତୁ ସଜନା ଛୁଇଁର ଉପକାରିତା
Khabar Odisha:benefit-of-drumstick
ଭୁବନେଶ୍ୱର, ଅକ୍ଟୋବର ୧୧, (ଖବର ଓଡିଶା)

 ସଜନା ଛୁଇଁ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫାଇଦା ହୋଇଥାଏ ।ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ । ଅନେକ ରୋଗରନିରାକରଣରେ ମଧ୍ୟ ସାହାଯ୍ୟ କରିଥାଏ।ଥଣ୍ଡା,କାଶ ,ଗଳା ବସି ଯାଇଥିଲେ ଓ ଛାତିରେ କଫ ଜମିଯାଇ ଥିଲେ ସଜନା ଛୁଇଁ ଖୁବଫଳପ୍ରଦ ହୋଇଥାଏ ।ସାମ୍ବରରେ ସ୍ୱାଦ ବଢାଇବା ପାଇଁ ସଜନା ଛୁଇଁକୁ ବ୍ୟବହାର କରାଯାଇ ଥାଏ । ସଜନା ଛୁଇଁ ସ୍ୱାଦିଷ୍ଟ ହେବାସହ ଏଥିରେ ରହିଛି  ପ୍ରଚୁର ପରିମାଣର ଭିଟାମିନ୍ସି ଭରି ରହିଛି ଯାହା  ହୃତପିଣ୍ଡ ଓ 

ଆଖିର ସୁରକ୍ଷା କରେ ଓ ଏହାସହ କ୍ୟାଲସିୟମ, ଲୌହ, ଭିଟାମିନ୍ସି, ରିବୋଫ୍ଲାବିନ୍, କରୋଟିନ୍ ଆଦି ଅନେକ ଲାଭଦାୟକ ମିଳିଥାଏ।ଏହା ରୋଗୀ ପାଇଁ ଅତ୍ୟନ୍ତ ଜରୁରୀ ଅଟେ।ସଜନା ଛୁଇଁ ଖାଇବା ଦ୍ବାରା ରକ୍ତ ପରିଷ୍କାର ହେଉଥିବାର ବିଶେଷଜ୍ଞଙ୍କ ମତ।ପିଲାଠାରୁବୟସ୍କ ସମସ୍ତେ ସପ୍ତାହକୁ ୨-୩ଥର ସଜନା ଛୁଇଁ ତରକାରି ଖାଇବା ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ।

ସଜନା ଛୁଇଁରେ କ୍ୟାଲସିୟମ, ଆଇରନ ଏବଂ ଜରୁରୀ ଭିଟାମିନ ପ୍ରଚୂର ପରିମାଣରେ ଭରି ରହିଥାଏ ।ତେଣୁ ଏହା ଶରୀରରେ ଥିବା ହାଡକୁ ବେଶ ମଜଭୁତ ରଖିଥାଏ ।ଗର୍ଭବତୀ ମହିଳାଙ୍କ ପାଇଁ ସଜନା ଛୁଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।ଗର୍ଭବତୀ ମହିଳାଙ୍କପାଇଁ ଏହା ଏକ ଉତ୍ତମ ପରିବା। ଦୈନନ୍ଦିନ ସେମାନେ ଏହି ପରିବାରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇଲେ ଶରୀରକୁ ଶକ୍ତି ମିଳିବା।ଗର୍ଭାବସ୍ଥାରେ ଏହାକୁ ଖାଇବାଦ୍ୱାରା ପ୍ରସବ ସମୟରେ ହେଉଥିବା ଯନ୍ତ୍ରଣାରୁ ଉପଶମ ମିଳିବ ।

ପରୀକ୍ଷାରୁ ଜଣାପଡ଼ିଛି ଯେ ସଜନା ଛୁଇଁରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଛି। ଏଣୁ ବୟସ୍କଲୋକେ ପ୍ରତ୍ୟହ ଏହାର ଭଜା ଖାଇଲେ ସେମାନଙ୍କ ଆଣ୍ଠୁଗଣ୍ଠି ଦରଜ ଭଲ ହେବା ସହ ଅଣ୍ଟା ବ୍ୟଥା ଦୂର ହୁଏ।

ଭିଟାମିନ ସି ମଧ୍ୟ ଏହି ପରିବାରେ ଆବଶ୍ୟକ ପରିମାଣରେ ଅଛି ଓ ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ଥଣ୍ଡା ସର୍ଦି ରୁ ରକ୍ଷା ମିଳିବ  ସହ ତ୍ୱଚା ରୋଗ ମଧ୍ୟ ହୋଇନଥାଏ

ସଜନା ପତ୍ର ଶାଗ ଖାଇଲେ ବା ରସ ପାନ କଲେ ରକ୍ତ ଚାପ ନିୟନ୍ନଣ ହୋଇଥାଏ ।ଅର୍ଦ୍ଧ ଆଉନସ୍ ଓଜନର ସଜନା ଛାଲି ସହିତ ୨୧ଟି ଗୋଲମରିଚ ବାଟି ପିଇଲେ ଗର୍ଭ ରହେ ନାହିଁ । 

Subscribe

National International State Sports Entertainment