Home >
ଆଜି ‘ମୋଦି କେୟାର’ ବୈଠକ
Khabar Odisha: Two-days-Modi-care-meetin-today

ନୂଆଦିଲ୍ଲୀ, ଫେବୃଆରୀ ୧୫ (ଖବର ଓଡ଼ିଶା): ଅନେକ ରାଜ୍ୟ ଗୁଡ଼ିକ ଦ୍ୱାରା ଅସନ୍ତୋଷ ପ୍ରକାଶ ପରେ କେନ୍ଦ୍ର ସରକାର ନିଜର ମହତ୍ୱକାଂକ୍ଷୀ ଯୋଜନା ‘ମୋଦି କେୟାର’ ନେଇ ଗୁରୁବାର ବୈଠକ ଡାକିଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ଗତ ବଜେଟ ସମୟରେ ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ‘ଆୟୁଷ୍ମାନ ଭାରତ’ ନାମରେ ଏହି ଯୋଜନାର ଘୋଷଣା କରିଥିଲେ । କୁହାଯାଉଛି ଯେ, ସରକାରୀ ଯୋଜନା ହିସାବରେ ଏହା ହେବ ବିଶ୍ୱର ବଡ଼ ସ୍ୱାସ୍ଥ୍ୟସେବା ଯୋଜନା । ତୃତମୂଳ ସ୍ତରରେ ଏହାକୁ କିପରି ସୁପରିଚାଳନା କରାଯିବ ସେ ନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । 

ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ସଚିବମାନଙ୍କୁ ବୈଠକରେ ଅଂଶ ଗ୍ରହଣ କରିବା ପାଇଁ ଡାକିଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରିବା ନେଇ ବିଷଦ ଆଲୋଚନା ହେବ । ଦୁଇ ଦିବସୀୟ ବୈଠକରେ କେନ୍ଦ୍ର ସରକାର ଓ ନୀତି ଆୟୋଗର ଅଧିକାରୀମାନେ ଉପସ୍ଥିତ ରହିବେ । 

ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅର୍ଥାତ ‘ମୋଦି କେୟାର’ ନାମରେ ଜଣାଶୁଣା ଥିବା ଏହି ଯୋଜନାରୁ ୧୦କୋଟି ପରିବାର ଅର୍ଥାତ ୫୦ କୋଟି ଲୋକଙ୍କୁ ପ୍ରତିବର୍ଷ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପଲବ୍ଧ କରାଯିବାର ଲକ୍ଷ୍ୟ ରଖାଯାଇଛି । 

ବଜେଟ ଅଧିବେଶନରେ ଯୋଜନାକୁ ଘୋଷଣା କରାଯିବା ପରେ ବିରୋଧି ସମେତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜଡ଼ିତ ଥିବା ବିଶେଷଜ୍ଞମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସେମାନଙ୍କ କହିବା ଅନୁସାରେ ସରକାର ବଜେଟରେ ମାତ୍ର ୨୦୦୦ କୋଟି ଟଙ୍କା ଦେଇଛନ୍ତି । ଏଥିରେ ଏତେ ସଂଖ୍ୟାରେ ଲୋକଙ୍କୁ ସ୍ୱାସ୍ଥ୍ୟବୀମା ଦେବାରେ ଅସୁବିଧା ହେବ । କେନ୍ଦ୍ର ସରକାର ଚାହାଁନ୍ତି ଯେ, ରାଜ୍ୟ ସରକାର ଏହି ଯୋଜନାରେ ୪୦ ପ୍ରତିଶତ ଟଙ୍କା ଖର୍ଚ୍ଚ କରୁ ।

 

Subscribe

National International State Sports Entertainment