Home >
କୁମ୍ଭମେଳା: ପ୍ରଥମ ଥର ପାଇଁ କୀନ୍ନରଙ୍କ ଆଖଡ଼ା ହେଉଛି ସ୍ଥାପନ
Khabar Odisha:Transgenders-Akhada-to-participate-for-the-first-time

ପ୍ରୟାଗରାଜ, ଜାନୁଆରୀ ୧୩ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ରାତି ପାହିଲେ ଅର୍ଦ୍ଧ କୁମ୍ଭମେଳା ଆରମ୍ଭ ହେବ । ଏଥିରେ ପ୍ରଥମ ଥର ପାଇଁ କୀନ୍ନରଙ୍କ ଆଖଡ଼ା ସ୍ଥାପନ ହେଉଛି । ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୪ରୁ ଆରମ୍ଭ ହେଉଥିବା କୁମ୍ଭମେଳା ମାର୍ଚ୍ଚ ୩ ପର୍ଯ୍ୟନ୍ତ ଚାଲିବ । ଶ୍ରଦ୍ଧାଳୁଙ୍କ ବିଶାଳ ସମାବେଶ ଆରମ୍ଭ ହେବା ପୂର୍ବରୁ ‘କୀନ୍ନର ଆଖଡ଼ା’ ମହାମଣ୍ଡଳେଶ୍ୱର ଆଚାର୍ଯ୍ୟ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଖୁସି ଅନୁଭବ କରିଛନ୍ତି । 

ତ୍ରିପାଠୀ କହିଛନ୍ତି, ତ୍ରିବେଣୀ ସଙ୍ଗମ- (ଗଙ୍ଗା, ଯମୁନା ଓ ସରସ୍ୱତୀ) ପ୍ରୟାଗରାଜ କୁମ୍ଭମେଳାର ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ପରିବେଶରେ ସାମିଲ ହେବାକୁ ସୁଯୋଗ ମିଳିଥିବାରୁ ବହୁତ ଖୁସି ଅନୁଭବ ହେଉଛି । ବିଶ୍ୱରେ ଆମେ ଏକ ରକ୍ଷଣଶୀଳ ସମାଜରେ ବସବାସ କରୁଛୁ, ଯେଉଁଠାରେ କି ଆମକୁ ତୃତୀୟ ଲିଙ୍ଗ ଭାବରେ ଗ୍ରହଣ କରାଯାଇଥାଏ । ଏବେ ଆମକୁ ଲାଗୁଛି ଯେ, ସମାଜର ମୁଖ୍ୟ ସ୍ରୋତ ଆମକୁ ଗ୍ରହଣ କରୁଛି । ଆମର ଆଖଡ଼ା ସମସ୍ତଙ୍କ ପାଇଁ ଖୋଲା ରଖାଯାଇଛି ବୋଲି ତ୍ରିପାଠୀ କହିଛନ୍ତି । କୀନ୍ନରଙ୍କ ସଂପର୍କରେ ତ୍ରିପାଠୀ କହିଛନ୍ତି, ଆଜି ବି ଆମେ ସମାଜରେ ଭଲ ଭାବରେ ବଂଚିବା ପାଇଁ ସଂଘର୍ଷ କରୁଛୁ । 

କୀନ୍ନର ଆଖଡାର ସଚିବ ପବିତ୍ର କହିଛନ୍ତି, ସର୍ବସାଧାରଣ ଏବଂ ଏଠାକାର ସମସ୍ତ ଶ୍ରଦ୍ଧାଳୁ ଆମକୁ ସମର୍ଥନ କରୁଛନ୍ତି । ଯେଉଁ ଲୋକମାନେ ଆମକୁ ସମର୍ଥନ ଦେଉଛନ୍ତି, ଆମେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ । ସେମାନଙ୍କ ପାଇଁ ଆମେ ଖୁସି ଅନୁଭବ କରୁଛୁ । କୀନ୍ନର ଆଖଡ଼ା ପ୍ରତିଷ୍ଠା ହେବା ଦିନ ଠାରୁ ଆମେ ଏଠାକୁ ଆସୁଛୁ । ବିଗତ ୨ ବର୍ଷ ହେବ କୁମ୍ଭମେଳାରେ ଅଂଶଗ୍ରହଣ କରିବା ଲାଗି ଆମେ ପ୍ରସ୍ତୁତ ଥିଲୁ । କୁମ୍ଭମେଳାରେ ଆଖଡ଼ା ନିର୍ମାଣ ପାଇଁ ଆମେ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀଙ୍କୁ ଭେଟିଛୁ । 

 

  • Tags:

Subscribe

National International State Sports Entertainment