Home >
‘ଆପ୍‌’ର ପୂର୍ବତନ ନେତା ଏଚ୍‌.ଏସ୍‌. ଫୁଲକାଙ୍କୁ ସମ୍ମାନୀତ କରିବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ
Khabar Odisha:Rajnath-Singh-to-felicitate-HS-Phoolka-for-legal-fight-in-anti-sikh-riots-cases

ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡ଼ିଶା): କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଆମ୍‌ ଆଦମୀ ପାର୍ଟିର ପୂର୍ବତନ ବରିଷ୍ଠ ନେତା ଏଚ୍‌.ଏସ୍‌.ଫୁଲକା ଏବଂ କର୍ମକର୍ତ୍ତା ସାୟରା ବାନୁଙ୍କୁ ଏକ ସମାରୋହରେ ସମ୍ମାନୀତ କରିବେ। ଫୁଲକା ବିଗତ ୩ ଦଶନ୍ଧି ମଧ୍ୟରେ ଅଦାଲତରେ ୧୯୮୪ ଶିଖ ବିରୋଧୀ ଦଙ୍ଗା ପୀଡ଼ିତଙ୍କ ପାଇଁ ପ୍ରତିନିଧିତ୍ୱ କରିଥିବାରୁ ଏବଂ ବାନୁଙ୍କୁ ତିନ ତଲାକ ବିରୋଧରେ ଲଢ଼ାଇ କରିଥିବା ଯୋଗୁଁ ସମ୍ମାନୀତ କରାଯିବ। ଏହି ସମାରୋହ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲଙ୍କ ନିବାସ ଅଶୋକା ରୋଡରେ ଆୟୋଜନ ହେବ। 

ଏ ବାବଦରେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ କହିଛନ୍ତି, ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୀର୍ଘ ଦିନ ଆଇନଗତ ଲଢ଼େଇ ପାଇଁ ଫୁଲକା ଏବଂ ତିନ ତଲାକକୁ ଅଦାଲତରେ ଚ୍ୟାଲେଞ୍ଜ ଦେଇଥିବା ସାୟରା ବାନୁଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସମ୍ମାନୀତ କରିବେ। ସାୟରା ବାନୁ ସୁପ୍ରିମକୋର୍ଟରେ ତିନି ତଲାକକୁ ଶେଷ କରିବାକୁ ସଂପର୍କ କରିଥିଲେ। ନିଜର ମୌଲିକ ଅଧିକାର ପାଇବା ପାଇଁ ମୁସଲିମ ମହିଳାଙ୍କ ସପକ୍ଷରେ ସେ ସ୍ମରଣୀୟ ଲଢ଼େଇ କରିଥିଲେ। 

ଫୁଲକା ଚଳିତ ମାସର ଆରମ୍ଭରେ କୌଣସି କାରଣ ନଥାଇ ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିଲେ। ସେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଚଳିତ ମାସ ୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କୁ ଭେଟିଥିଲେ। ଆଶା କରାଯାଉଥିଲା ଯେ, ଫୁଲକା ବିଜେପିରେ ସାମିଲ ହୋଇପାରନ୍ତି। ଦଳ ଛାଡ଼ିବା ସଂପର୍କରେ କିଛି କହିବାକୁ ସେ ମନା କରିଥିଲେ। 

  • Tags:

Subscribe

National International State Sports Entertainment