Home >
ଘାରୁଛି ବିଜେପି ଭୟ: ମମତାଙ୍କ ପରେ ନାଇଡୁଙ୍କ ମଞ୍ଚରେ ଏକଜୁଟ୍ ହେଲେ ବିରୋଧୀ, ନଜର ଆସିଲା ଶିବସେନା
Khabar Odisha:Politics-odisha-naidus-daylong-fast-becomes-centre-stage-for-show-of-opposition-unity
ଲକ୍ଷ୍ନୌ, ଫେବୃଆରୀ ୧୧(ଖବର ଓଡ଼ିଶା):

ତେଲୁଗୁ ଦେଶମ ପାର୍ଟି(ଟିଡିପି) ପ୍ରମୁଖ ତଥା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ନିଜ ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଦାବିରେ  ସୋମବାର ଦିଲ୍ଲୀରେ ଗୋଟିଏ ଦିନ ଅନଶନ  କରିଛନ୍ତି। ଏହି ସମୟରେ ନାଡଇୁଙ୍କୁ ସମର୍ଥନରେ ଅନେକ ରାଜନୈତିକ ଦଳର ନେତା ଅନଶନ ସ୍ଥଳରେ ପହଞ୍ଚିଥିଲେ। ବିଜେପି ବିରୋଧରେ ଏକଜୁଟ୍ ହେବାକୁ ଏକ ମାସରେ ମଧ୍ୟରେ ଦ୍ଵିତୀୟ ଥର ବିରୋଧୀ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି ହେବାକୁ ସୁଯୋଗ ମିଳିଥିଲା। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ଏହି ଅନଶନରେ ଶିବସେନାର ସାଂସଦ ସଞ୍ଜୟ ରାଉତଙ୍କ ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ କଂଗ୍ରେସ ନେତା ଦିଗବିଜୟ ସିଂହ ନିଜର ସମର୍ଥନ ଦେବାକୁ ପହଞ୍ଚିଥିଲେ। ଶିବସେନା ସାଂସଦ ନାଇଡୁଙ୍କ ଉପସ୍ଥିତି ପରେ ରାଜନୀତି ସରଗରମ ହୋଇ ଉଠିଛି।

ଏହା ପୂର୍ବରୁ ସାରା ଦିନ ନାଇଡୁଙ୍କୁ ସାକ୍ଷାତ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦ୍ଦୁଲା, ଏନସିପିର ମାଜିଦ ମେନନ, ଟିଏମସିର ଡେରେକ ଓ ବ୍ରାଏନ, ଡିଏମକେର ତିରୁଚି ଶିବା, ଲୋକତାନ୍ତ୍ରିକ ଜନତା ଦଳର ଶରଦ ଯାଦବ,  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ଏସପି ସଂସ୍ଥାପକ ମୁଲାୟନ ସିଂହ ଯାଦବଙ୍କ ସମେତ ଅନେକ ପାର୍ଟିର ନେତା ପହଞ୍ଚିଥିଲେ। ବିଜେପିକୁ ରୋକିବା ପାଇଁ ଏସବୁ ଦଳକୁ ଏକଜୁଟ୍ ହେବାକୁ ବିବଶ କରି ଦେଇଛି। ଫଳ ସ୍ଵରୂପ ଗୋଟିଏ ମାସ ଭିତରେ ମମତାଙ୍କ ରାଲି ପରେ ଦ୍ଵିତୀୟ ଥର ନାଇଡୁଙ୍କ ଅନଶନ ମଞ୍ଚରେ ଏକଜୁଟ୍ 

ବିଜେପିକୁ ଚିଡାଇବାକୁ ପ୍ରୟାସ

ଶିବସେନା ନିକଟରେ ସଙ୍କେତ ଦେଇଥିଲା ଯେ ତାଙ୍କ ଦଳ ଆଗାମୀ ଲୋକସଭା ନିର୍ବାଚନ ୨୦୧୯ରେ ବିଜେପି ନେତୃତ୍ଵାଧୀନ ଏନଡିଏଠୁ ଅଲଗା ହୋଇ ନିର୍ବାଚନ ଲଢିବ। ଏହା ପରେ ଶିବସେନା କ୍ରମାଗତ ବିଜେପି ଉପରେ ନିଶାଣ କରି ଚାଲିଛି। ଶିବସେନା ନିଜର ମୁଖପତ୍ର ସାମନା ଜରିଆରେ ସୋମବାର ବି ବିଜେପିକୁ ଟାର୍ଗେଟ୍ କରିଛି। 

ଗତ ଥର ଜାନୁଆରୀ ୧୯ରେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଲିରେ ୨୨ଟି ଦଳର ନେତା ଯୋଗ ଦେଇଥିଲେ।  ଟିଡିପି ଅଧ୍ୟକ୍ଷ ଦାବି କରିଛନ୍ତି ଯେ ୨୦୧୪ରେ ଆନ୍ଧ୍ର ବିଭାଜନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ। ସେ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ର ପ୍ରଦେଶକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ମନା କରି ମୋଦୀ ସରକାର ରାଜଧର୍ମର ପାଳନ କରୁନାହାନ୍ତି। 

ମଙ୍ଗଳବାର କରିବେ ମାର୍ଚ୍ଚ

ଗୋଟିଏ ଦିନର ଆମରଣ ଅନଶନ ପରେ  ଏବେ ନାଇଡୁ ମଙ୍ଗଳବାର ସକାଳ ୧୧ଟାରୁ ୧୨ ମଧ୍ୟରେ ରାଜ୍ୟର ମନ୍ତ୍ରୀ, ସାଂସଦ,  ବିଧାୟକଙ୍କ ସହିତ ଆନ୍ଧ୍ର ଭବନଠୁ ଜନ୍ତର ମନ୍ତର ଶୋଭାଯାତ୍ରା ବାହାର କରିବେ। ଏହା ପରେ ୧୨ଟା ୩୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଦାବି ପତ୍ର ଦେବେ। 

  • Tags:

Subscribe

National International State Sports Entertainment