Home >
କଂଗ୍ରେସ ଉପରେ ଜେଟଲୀଙ୍କ ହମଲା, ଡୁବୁଥିବା ରାଜବଂଶକୁ ବଞ୍ଚାଇବା ପାଇଁ ଆଉ କେତେ ମିଛ କହିବ
Khabar Odisha:Politics-odisha-arun-jaitley-attacks-congress
ମୁମ୍ବାଇ, ଫେବୃଆରୀ ୧୨(ଖବର ଓଡ଼ିଶା):

 କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ମଙ୍ଗଳବାର ବ୍ଲଗ ମାଧ୍ୟମରେ କଂଗ୍ରେସ ଉପରେ ହମଲା କରିଛନ୍ତି। ଜେଟଲୀ ନିଜର  ବ୍ଲଗରେ ଲେଖିଛନ୍ତି ଯେ, ଶେଷରେ ଏକ ଡୁବୁଥିବା ରାଜବଂଶକୁ ବଞ୍ଚାଇବା ପାଇଁ କେତେ ଆଉ ମିଛ କହିବାକୁ ପଡ଼ିବ ?  ଜେଟଲୀ କହିଛନ୍ତି ଯେ, ସମଗ୍ର ଦୁନିଆର ଅଧିକାଂଶ ଗଣତନ୍ତ୍ରରେ ଯେଉଁ ଲୋକ ମିଥ୍ୟାର ସାହାରାରେ ଆଗକୁ ବଢିବାକୁ ଚେଷ୍ଟା କରିଛନ୍ତି, ଅନ୍ତତଃ ସେମାନେ ନିଜେ ସାମାଜିକ ଜୀବନଠୁ ଦୂରରେ ରହିଥାନ୍ତି କିମ୍ବା ଗାଏବ ଥାନ୍ତି। ଏଥିରେ କୌଣସି ଦ୍ଵିମତ ନାହିଁ ଯେ  ଆମର ପରିବର୍ତ୍ତିତ ସାମାଜିକ-ଆର୍ଥିକ ପରିବେଶରେ ଏହି ଲୋକେ ଭାରତରେ ମଧ୍ୟ ଏମିତି କରନ୍ତି।

ଜେଟଲୀ ଏହା ମଧ୍ୟ କହିଛନ୍ତି ଯେ, ଆଧୁନିକ ଦୁନିଆରେ ଯେତେ ବି ରାଜବଂଶ ଅଛନ୍ତି, ସେମାନଙ୍କରେ କିଛି ସୀମା ରହିଛି। ଆକାଂକ୍ଷୀ ସମାଜ ଏବେ ଏହି ଧରଣର ରାଜବଂଶୀ ବ୍ୟବସ୍ଥାକୁ ପସନ୍ଦ କରୁ ନାହାନ୍ତି। ଆଜି ଲୋକେ ଉତ୍ତରଦାୟୀ ଓ ପ୍ରଦର୍ଶନ ଉପରେ ଭରସା ରଖୁଛନ୍ତି। ଜେଟଲୀ କଂଗ୍ରେସ ଉପରେ କଠୋର ଟିପ୍ପଣୀ କରି କହିଛନ୍ତି ଯେ, ଦୁଃଖର କଥା ଏହା ଯେ ଭାରତର ସବୁଠୁ ପୁରାତନ ପାର୍ଟି ଗୋଟିଏ ବଂଶ ହାତରେ ଫସି ଯାଇଛି। ଏହି ଦଳର ନେତାଙ୍କ ପାଖରେ ଏତେ ସାହାସ ନାହିଁ ଯେ ସେମାନେ ଏହି ବଂଶକୁ ଭୁଲ୍-ଠିକ୍ ବିଷୟରେ କହି ଜଣା ପାରିବେ। ଏହି ଧରଣର ପରମ୍ପରା ୧୯୭୦ରେ ଆରମ୍ଭ ହୋଇଥିଲା। ନେତାଙ୍କର ଚାକର ରହିବା ପରି ମାନସିକତା ଏମିତି ରହିଲା ଯେ, ସେମାନେ କେବଳ ଗୋଟିଏ ପରିବାରର ଗୁଣ ଗାଇବେ। ଯେବେ ଏହି ବଂଶ ମିଛ କହେ ତେବେ ବାକି ନେତା ମଧ୍ୟ ସେମିତି କରିବାକୁ ଲାଗିଥାନ୍ତି। 

ଜେଟଲୀ କହିଛନ୍ତି ଯେ ଶେଷରେ ଏକ ଡୁବୁଥିବା ବଂଶକୁ ବଞ୍ଚାଇବା ପାଇଁ ଆଉ କେତେ ମିଛ କହିବେ। ସେ ମହାମେଣ୍ଟ ଉପରେ ଟାର୍ଗେଟ୍ କରି କହିଛନ୍ତି ଯେ, ମିଥ୍ୟାର ସଂକ୍ରାମକ  ପ୍ରଭାବ ବହୁତ ବଡ଼ ହୋଇଥାଏ। ରାଫେଲ ଡିଲରେ ଯେଉଁଠି ଜନତାଙ୍କ ହଜାର କୋଟି ଟଙ୍କା ବଞ୍ଚାଯାଇଛି, ସେହି ଜାଗାରେ ଆମକୁ ବଦନାମ କରିବାକୁ ପ୍ରତିଦିନ ମିଥ୍ୟା କାହାଣୀ କୁହାଯାଉଛି। 

  • Tags:

Subscribe

National International State Sports Entertainment