Home >
ଚେଇଁ ଶୋଇଥିଲେ ସରକାର, ଧର୍ମାନ୍ତରୀକରଣ ପାଇଁ ସାହାଣମେଲା.....କାଠଗଡାରେ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ
Khabar Odisha:Odisha-Politics--Dhenkanal-Shelter-Home-Row
ଭୁବନେଶ୍ୱର,୦୭ ଡିସେମ୍ବର (ଖବର ଓଡିଶା):

୫ ବର୍ଷର ପିଲା....ନିଜ ନାମକୁ ଠିକ୍ ସେ କହିପାରୁନି...ହେଲେ ହିନ୍ଦୁ ଦେବାଦେବୀଙ୍କ କଥା କହିଲେ ଚିଇଁକି ଉଠୁଛି ଆଉ ଖ୍ରୀଷ୍ଟିଆନ୍ ଧର୍ମକୁ ଆଦରି ନେଇଛି  । ସ୍ଥିତି ଏମିତି ହୋଇଛି ଯେ, ବାପା ମା ଙ୍କ ଅଜାଣତରେ ପିଲାଙ୍କ ନାମର ପରିବର୍ତନ କରି ତାଙ୍କ ମୁଣ୍ଡ ଭରି ଦିଆଯାଇଛି ହିନ୍ଦୁ ଧର୍ମ ବିରୋଧୀ ବାର୍ତା  । ଏହା କେଉଁ କାହାଣୀର ସଂଳାପ ନୁହେଁ  । ଏ ହେଉଛି ଡାର୍ଟି ଡାଡି ଓରଫ ଫୟାଜର କଳା କାରନାମା  । ରାଜ୍ୟରେ ସେ ବେଶ ଖୁଲମଖୁଲା ଏହିପରି ସାମ୍ରାଜ୍ୟ ଚଳାଇଥିବା ବେଳେ ନା ବାଧା ଦେଇଛନ୍ତି ସରକାର ନାଁ ଜିଲା ପ୍ରଶାସନ  । ଫୟାଜର ଏହିପରି ଗୋଟିଏ ପରେ ଗୋଟିଏ କଳାକାରନାମା ପଦାକୁ ଆସିବା ପରେ କାଠଗଡା ଆସିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ  । ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶାସନ ଗାଦିରେ ରହି ଆସିଥିବା ବେଳେ ତାଙ୍କ ରାଜ୍ୟରେ ଏପରି ବେଆଇନ୍ କାମ ହେଉଥିବା ବେଳେ ସେ ବାସ୍ତବରେ ଜାଣିନଥିଲେ ନା ଚେଇଁ ଶୋଇଥିଲେ ଏହାକୁ ନେଇ ଏବେ ସାଧାରଣରେ ବିତର୍କ ସୃଷ୍ଟି ହେବାରେ ଲାଗିଛି  ।

ମିଳିଥିବା ସୂଚନା ଅନୁସାରେ  ବେଲଟିକିର ସେଲଟର ହୋମରୁ ଉଦ୍ଧାର ହୋଇଥିବା ଶିଶୁ ମାନଙ୍କୁ ଆଣି ଆଶ୍ରମ ସ୍କୁଲରେ ରଖାଯାଇଥିଲେ ମଧ୍ୟ ସେହି କୁନି ପିଲାମାନେ ପ୍ରାର୍ଥନା କରିବାକୁ ରାଜି ହେଉନାହାନ୍ତି  । ଖ୍ରୀଷ୍ଟିଆନ୍ ଧର୍ମର ଗୀତ ଗାଇବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ହିନ୍ଦୁ ଦେବାଦେବୀଙ୍କ ପ୍ରତି ବିରକ୍ତି ମନୋଭାବ ପୋଷଣ କରୁଥିବାର ଖବର ଏବେ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି  । ଏହାସତ୍ୱେ ମଧ୍ୟ ଜିଲା ପ୍ରଶାସନ ପାଖରେ କିପରି ଏ ଖବର ପହଁଚି ପାରିନଥିଲା ତାହା ଏବେ ସାଧାରଣରେ ଆଲୋଚନା ହେଉଥିବା ବେଳେ ଢୋଲ ଭିତରେ ମୂଷା ପସିବା ସଦୃଶ ସରକାର ଜାଣି ଅଜଣା ନଥିଲେ ତ ? ଏପରି ପ୍ରଶ୍ନ ଏବେ ସବୁରି ମହଲରେ ଆଲୋଚନା ହେବାରେ ଲାଗିଛି  ।

ଧର୍ମ ପରିବର୍ତନ ପାଇଁ ରାଜ୍ୟରେ କଡା ନିୟମ ଥିବା ବେଳେ ପିଲାମାନଙ୍କର ନାମ ଓ ଧର୍ମ କିପରି ପରିବର୍ତନ ହେଲା, ଏହା ଏବେ ସମସ୍ତଙ୍କୁ ତାଜୁବ କରିଛି  ।

Subscribe

National International State Sports Entertainment