Home >
ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା : ଓଡ଼ିଶା ଏକ ନମ୍ବର
Khabar Odisha: Odisha-Number-one-to-inciple-mentation-of-PMGSY

ଭୁବନେଶ୍ୱର,ଜାନୁଆରୀ ୧୩(ଖବର ଓଡ଼ିଶା) : ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା କାର୍ୟ୍ୟାନ୍ୱୟନରେ ଓଡ଼ିଶା ଜାତୀୟସ୍ତରରେ ଏକ ନମ୍ବର ସ୍ଥାନରେ ପହଂଚିଛି ବୋଲି ଶୁକ୍ରବାର ସଚିବାଳୟରେ ଆୟୋଜିତ ଗ୍ରାମସଡ଼କ ଯୋଜନାର ମଞ୍ଜୁରୀ କମିଟି ବୈଠକରେ ମତ ପ୍ରକାଶ ପାଇଛି ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ କୁହାଯାଇଛି ଯେ ୨୦୧୭ ସୁଦ୍ଧା  ରାଜ୍ୟରେ ସମୁଦାୟ ୧୮,୬୨୪ କୋଟି ଟଙ୍କା ବିନିଯୋଗ କରାଯାଇ ୪୩,୨୨୨ କିମି ରାସ୍ତା ନିର୍ମାଣ କରାଯାଇଛି । ଯଦ୍ୱାରା ୧୯,୬୮୨ ଗ୍ରାମକୁ ସଡ଼କ ସଂଯୋଗ ହୋଇପାରିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୩୫୦୦ କିମି ରାସ୍ତାକାମ ସରିଥିବା କୁହାଯାଇଥିଲା ।

ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା  ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦.୬୦ ଅନୁପାତରେ ପାଣ୍ଠି ପ୍ରଦାନ କରିଥାନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ପାଇଁ ୧୯,୭୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟରେ ସବୁଜ ଜ୍ଞାନ କୌଶଳ ବ୍ୟବହାର କରି ୯୫୪ କିମି ରାସ୍ତା ସଫଳତାର ସହ କରାଯାଇଥିବା ସୂଚନା ଦେଇଥିଲେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ।

Subscribe

National International State Sports Entertainment