Home >
ହ୍ରଦର ପୁନଃରୁଦ୍ଧାର ପାଇଁ ୫୦୦ କୋଟି ଟଙ୍କା ଦେଲା କର୍ଣ୍ଣାଟକ : ଏନଜିଟି
Khabar Odisha:NGT-Imposes-Fine-Of-500-Cr-On-Karnataka-Govt-For-Failing-To-Protect
ନୂଆଦଲ୍ଲୀ, ଡିସେମ୍ବର ୭, (ଖବର ଓଡିଶା)

ନ୍ୟସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ରେ କର୍ଣ୍ଣାଟକ ସରକାରଙ୍କ ୫୦୦ କୋଟି ଟଙ୍କାର ଏକ ଏସକ୍ରୋ ଆକାଉଂଟ ରେ ଜମା କରିବାର ଆଦେଶ ଦିଆଯାଇଛି । ଏହି ଅର୍ଥରେ ରାଜ୍ୟର ବାଲେନ୍ଦୁର, ଆଗ୍ରା ଏବଂ ଭାରଥୁର ହ୍ରଦର ସରକ୍ଷଣ ଓ ପୁନଃରୁଦ୍ଧାର କାର୍ଯ୍ୟ କରାଯିବ । 

ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ପୀଠରେ ହ୍ରଦର ପୂର୍ବରେ ପହଂଚି ସାରିଥିବା ପରିବେଶର ସ୍ଥିତି ପାଇଁ କର୍ଣ୍ଣାଟକ ସରକାରଙ୍କ ଉପରେ ୫୦ କୋଟି ଟଙ୍କା ଓ ବୃହତ ବେଙ୍ଗାଲୁର ମହାନଗର ପାଳିକା (ବିବତଏମପି) ଉପରେ ୨୫ କୋଟି ଜୋରିମାନା ଲଗାଯାଇଛି । 

ଜୋରିମାନା ଅର୍ଥ ଗୋଟିଏ ମାସ ଭିତରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିକଟରେ ଜମା କରିବାକୁ ହେବ । ପୀଠ ଜଷ୍ଟିସ ସନ୍ତୋଷ ହେଗଡେ ଅଧ୍ୟକ୍ଷତାରେ କେନ୍ଦ୍ର ପ୍ରଦୂଷଣ ବୋର୍ଡ ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ପ୍ରତିନିଧିଙ୍କ ଉପସ୍ଥିତି ସମିତି ମଧ୍ୟ ଗଠନ କରାଯାଇଛି । ଯାହା ଗୋଟିଏ ମାସ ଭିତରେ ହ୍ରଦର ପୁନଃରୁଦ୍ଧାର କାର୍ଯ୍ୟ ହସ୍ତାନ୍ତର କରିବ । ଏହା ସହିତ ପ୍ରଦୂଷଣ ରୋକିବାରେ ବିଫଳ ହୋଇଥିବା ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ଚିହ୍ନଟ କରାଯିବ । 

Subscribe

National International State Sports Entertainment