Home >
ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଚାଷୀଙ୍କ ସହ ଆଲୋଚନା ସଫଳ, ୨ୟ ବୈଠକରେ ସମସ୍ୟାର ସମାଧାନ ହେବ: ଅର୍ଥମନ୍ତ୍ରୀ
Khabar Odisha:Ministry-and-farmer-meeting
ଭୁବନେଶ୍ୱର, ୭ ଡିସେମ୍ବର (ଖବର ଓଡ଼ିଶା):

 ରାଜ୍ୟର ଚାଷୀ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ହୋଇଥିବା ପ୍ରାଥମିକ ଆଲୋଚନା ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଉକ୍ତ କମିଟିର ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରକାଶ କରିଛନ୍ତି । 

ଆଜି ଅପରାହ୍ନରେ ସ୍ଥାନୀୟ କୃଷକ ଭବନଠାରେ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନବ ନିର୍ମାଣ କୃଷକ ସଂଗଠନ ସମେତ ରାଜ୍ୟରେ ଥିବା ବିଭିନ୍ନ ଚାଷୀ ସଂଗଠନର ଦାବି ଏବଂ ଚାଷୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ପ୍ରାୟ ତିନି ଘଂଟା ଧରି ଚାଲିଥିଲା । ବୈଠକ ପରେ ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ଆଜିର ଆଲୋଚନା ବୈଠକରେ ରାଜ୍ୟର ୨୫ଟି ଚାଷୀ ସଂଗଠନର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଭାଗଚାଷୀ ଓ କ୍ଷୁଦ୍ର ଚାଷୀଙ୍କୁ ଚିହ୍ନଟ କାର୍ଯ୍ୟରେ ତ୍ୱରାନ୍ୱିତ କରାଯିବ । ଜୈବିକ ସାର ବ୍ୟବହାର କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ପରବର୍ତୀ ବୈଠକରେ ଋଣ ଛାଡ଼ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ଏହା ବ୍ୟତୀତ ଚାଷୀ ସଂଗଠନ ମାନଙ୍କ ପକ୍ଷରୁ ବହୁ ପ୍ରସ୍ତାବ ହସ୍ତଗତ ହୋଇଛି ବୋଲି ସେ କହିଥିଲେ ।

ଚାଷୀମାନଙ୍କୁ ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦେବା ନେଇ ଚାଷୀ ସଂଗଠନ ମାନଙ୍କ ପକ୍ଷରୁ ହୋଇଥିବା ଦାବି ଉପରେ ସରକାରଙ୍କୁ ସୁପାରିଶ କରିବା ନିମନ୍ତେ ଆଜି ସରକାରଙ୍କ ପକ୍ଷରୁ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଦ୍ୱିତୀୟ ପର୍ଯ୍ୟାୟ ବୈଠକ କୃଷକ ଭବନରେ ଅନୁଷ୍ଠିତ ହୋଇଥିଲେ ହେଁ ତା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତି ନିଆଯାଇପାରିନାହିଁ । ଆଉ ଏକ ବୈଠକ ବସିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । 

Subscribe

National International State Sports Entertainment