Home >
ହାପି ବର୍ଥ ଡ଼େ ଆୟୁଷ୍ମାନ: ବଲିଉଡ଼ ଦେଇଛି ତାଙ୍କୁ ଖାସ ପରିଚୟ,ପୂର୍ବରୁ ବି ଥିଲେ ବେଶ ଲୋକପ୍ରୀୟ
Khabar Odisha: Happy-birthday-Ayusman-khurana

ନୂଆଦିଲ୍ଲୀ, ୧୪ସେପ୍ଟେମ୍ୱର(ଖବର ଓଡ଼ିଶା): ଆଜି ହେଉଛି ବଲିଉଡ଼ର ଜଣାଶୁଣା ତଥା ଲୋକପ୍ରୀୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କର ହାପି ବର୍ଥ ଡ଼େ । ଚଣ୍ଡିଗଡ଼ରେ ପୁନମ ଏବଂ ପି.ଖୁରାନାଙ୍କର ସୁପୁତ୍ର ଭାବେ ସେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ଆୟୁଷ୍ମାନଙ୍କ ପିତା ପେଷାରେ ଜଣେ ଜ୍ୟୋତିଷବିଜ୍ୟାନୀ, ଲେଖକ ଏବଂ ରାଜନେତା ଅଟନ୍ତି । ଏପରିକି ଆୟୁଷ୍ମାନ ମଧ୍ୟ ଜଣେ ଗାୟକ ଏବଂ ସାମ୍ୱାଦିକତାରେ ପାଠ ପଢ଼ିଛନ୍ତି ।
 
ପାଂଚ ବର୍ଷ ଧରି ଥିଏଟରରେ କାମ କରିବା ପରେ ସେ ୧୭ ବର୍ଷ ବୟସରେ ତାଙ୍କ ବିଷୟରେ ସମସ୍ତେ ଜାଣିବାକୁ ପାଇଥିଲେ । ପପ୍‌ଷ୍ଟାରରେ ସେ ଜଣେ ଯୁବ ପ୍ରତିଯୋଗୀ ଭାବେ କାମ କରିବା ପରେ ୨୦୦୪ ମସିହାରେ ସେ ରୋଡ଼ିଜର ଦ୍ୱିତୀୟ ସଂସ୍କରଣରେ ଭାଗ ନେଇ ଜିତିଥିଲେ । ଏହାପରେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିଲା ।
 
ତେବେ ଆଜି ଏହି ଅଭିନେତା ନିଜର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ପ୍ରଥମ କରି ବିଗ ଏଫଏମରେ ଜଣେ ରେଡ଼ିଓ ଜକି ଭାବେ କାମ କରିବା ଆରମ୍ଭ କରିଥିଲେ । ସେହି ସମୟରେ ସେ ବିଗ ଚାୟ, ମାନ ନା ମାନ, ମେ ତେରା ଆୟୁଷ୍ମାନ ଆଦି ସୋକୁ ହୋଷ୍ଟ କରିଥିଲେ । ପରେ ତାଙ୍କୁ ୨୦୦୭ ମସିହାରେ ୟଙ୍ଗ ଆଚିଭର୍ସ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ରେଡ଼ିଓ ଜକି ପରେ ସେ ଭିଡ଼ିଓ ଜୋକି ଏବଂ ପରେ ଏମଟିଭିର ସୋକୁ ହୋଷ୍ଟ କରିଥିଲେ ।
 
୨୦୧୨ ମସିହାରେ ଆୟୁଷ୍ମାନ ୟାମି ଗୌତମଙ୍କ ସହ ଫିଲ୍ମ ବିକି ଡ଼ୋନର କରିଥିଲେ । ଏହା ତାଙ୍କୁ ବେଶ ସଫଳତା ଆଣି ଦେବା ସହ ସେ ନିଜର ବଲିଉଡ଼ ଯାତ୍ରାରେ ଆଗକୁ ବଢ଼ି ଚାଲିଥିଲେ । ନିକଟରେ ତାଙ୍କର ଫିଲ୍ମ ଶୁଭ ମଙ୍ଗଳ ସାବଧାନ ରିଲିଜ ହୋଇଛି । 

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments