Home >
ଗୁରୁପ୍ରିୟା ସେତୁ ଓଡ଼ିଶାର ଗର୍ବ ଓ ଗୌରବ: ଉନ୍ନୟନ କମିଶନର
Khabar Odisha:Gurupeiya-Setu-is-Proud-For-Odisha-Said-RKrishnan
ଭୁବନେଶ୍ୱର, ୦୯ ନଭେମ୍ବର(ଖବର ଓଡ଼ିଶା):

ସ୍ୱାଭିମାନ ଅଞ୍ଚଳରେ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ମାଲକାନଗିରି ଜିଲ୍ଲାରେ ନିର୍ମିତ ହୋଇଥିବା ଗୁରୁପ୍ରିୟା ସେତୁ ଓଡିଶାର ଗର୍ବ ଓ ଗୌରବ ବୋଲି ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ୍ ପ୍ରକାଶ କରିଛନ୍ତି । ସ୍ୱାଭିମାନ ଅଂଚଳରେ ଚାଲିଥିବା ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ତାଙ୍କ ନେତୃତରେ ଏକ ସଚିବସ୍ତରୀୟ ଟିମ୍ ମାଲମାନଗିରି ଯାଇଥିଲେ । ଏହି ଟିମରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ସାଧାରଣ ପ୍ରଶାସନ ବିଭାଗର ସଚିମ ମାନେ ସାମିଲ ଥିଲେ। ବୈଠକ ପରେ ଶ୍ରୀ ବାଲକ୍ରିଷ୍ଣନ୍ କହିଥିଲେ ଯେ ସେତୁ ହେବା ପରେ ୧୫୧ଟି ଗାଁକୁ ବିକାଶର ବାଟ ଫିଟିଛି।  ଏହାର ବିକାଶ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନରେ ବିନିଯୋଗ କରାଯିବ ।

Subscribe

National International State Sports Entertainment