Home >
ଦୁର୍ବଳ ହେଉଛି ତିତଲି: ୧୮ଟି ଜିଲ୍ଲାକୁ ରାତି ୧୨ଟା ଯାଏ ସତର୍କ ସୂଚନା
Khabar Odisha:Cyclone-Titli-weak
ଭୁବନେଶ୍ୱର,୧୧ ଅକ୍ଟୋବର(ଖବର ଓଡ଼ିଶା):

ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତିତଲି ଦୁର୍ବଳ ହେବାରେ ଲାଗିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଡିପ୍ ଡିପ୍ରେସନରେ ପରିଣତ ହେବ। ଏପରି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ ବିଭାଗ ଅନୁଯାୟୀ, ତିତଲି ଡିପ୍ରେସନରେ ପରିଣତ ହେବା ପରେ ପଶ୍ଚିମବଙ୍ଗ ମୁହାଁ ହେବ । ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶା ଓ କାଲି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଆସନ୍ତା ୪୮ ଘଣ୍ଟା ପରେ ସମ୍ପୂର୍ଣ୍ଣ ଭାବେ ବର୍ଷା ଛାଡିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।  

ସେହିପରି ଆଜି ରାତି ୧୨ଟା ଯାଏ ଘୂର୍ଣ୍ଣିଝଡ ଓ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୧୮ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା ଯାଜପୁର,ଢେଙ୍କାନାଳ,ଜଗତସିଂହପୁର,କଟକ,ଖୋର୍ଦ୍ଧା,ପୁରୀ, ଗଜପତି,ଗଞ୍ଜାମ,ରାୟଗଡା,ନୟାଗଡ, କନ୍ଧମାଳ, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ବୌଦ୍ଧ, ସୋନପୁର, କେନ୍ଦୁଝର ଓ ଅନୁଗୁଳ। ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସତର୍କ ଅବଲମ୍ବନ କରିବା ସହ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।   

Subscribe

National International State Sports Entertainment