Home >
ଭିଡ଼ିଓ: ବିଏସଏଫ ଯବାନ ପାଳିଲେ ଲୋହଡ଼ି, ଢ଼ୋଲର ତାଳେ ତାଳେ ଲୋକଙ୍କ ସହ ନାଚିଲେ
Khabar Odisha:BSF-soldiers-celebrate-Lohri-with-locals-in-JK

ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ଆର.ଏସ୍ପୁରା ଠାରେ ଭାରତୀୟ ସୀମା ସୁରକ୍ଷା ବାହିନୀର ଯବାନମାନେ ସ୍ଥାନୀୟ ଲୋକଙ୍କ ସହିତ ମିଶି ଲୋହଡି ପର୍ବ ପାଳନ କରିଛନ୍ତି । ଏହି ଅବସରରେ ଭାରତୀୟ ଯବାନମାନେ ପାରଂପରିକ ଭାବରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଏଥି ସହିତ ସେମାନେ ଢ଼ୋଲର ତାଳେ ତାଳେ ନୃତ୍ୟ ମଧ୍ୟ କରିଛନ୍ତି । ଯବାନମାନେ ଢ଼ୋଲର ତାଳେ ତାଳେ ନୃତ୍ୟ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଜାତୀୟ ଗଣମାଧ୍ୟମ ଦ୍ୱାରା ଜାରି ହୋଇଥିବା ଭିଡ଼ିଓରେ ଯବାନମାନେ ଶ୍ରଦ୍ଧା ଓ ଭକ୍ତି ସହିତ ଲୋହଡ଼ି ପୂଜା କରିଛନ୍ତି । ଏହା ପରେ ସେମାନେ ଲୋକଙ୍କ ସହିତ ନୃତ୍ୟ କରିଛନ୍ତି । ଏହି ସମୟରେ ସେମାନେ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ସହିତ ନୃତ୍ୟ କରିଛନ୍ତି । ଭିଡ଼ିଓକୁ ସୋସିଆଲ ମିଡିଆ ୟୁଜର୍ସ ଭଲ କମେଣ୍ଟ କରିଛନ୍ତି । ୟୁଜର୍ସମାନେ ସୋସିଆଲ ମିଡ଼ିଆରେ ଯବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜମ୍ମୁ କଶ୍ମୀରର ରାଜ୍ୟପାଳ ସତ୍ୟପାଳ ମଲିକ ଶନିବାର ଲୋକଙ୍କୁ ଲୋହଡ଼ି ଏବଂ ମକର ସଂକ୍ରାନ୍ତି ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ଲୋହଡ଼ି ପର୍ବ ରବିବାର ପାଳନ ହେଉଥିବା ବେଳେ ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ପାଳନ ହେବ । ଜଣେ ମୁଖପାତ୍ର କହିଛନ୍ତି, ରାଜ୍ୟପାଳ ନିଜ ସନ୍ଦେଶରେ ଉଭୟ ପର୍ବରୁ ଶୀତଋତୁ ଠାରୁ ବସନ୍ତ ଋତୁ ଯାଏଁ ମୌସୁମୀର ପରିବର୍ତ୍ତନର ପ୍ରତୀକ ବୋଲି କହିଛନ୍ତି । ରାଜ୍ୟପାଳ ମଲିକ ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୌଭାଗ୍ୟ କାମନା କରିଛନ୍ତି । ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ମଧ୍ୟ ଏହି ଅବସରରେ ରାଜ୍ୟବାସୀ, ପୋଲିସ ଅଧିକାରୀ ଏବଂ ତାଙ୍କ ପରିବାର ଓ ସହିଦ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି । 

 

  • Tags:

Subscribe

National International State Sports Entertainment