Home >
ବୋତଲରେ ବିସ୍ମୟ ଇଶ୍ୱର ଆଙ୍କିଲେ ଟ୍ରମ୍ପଙ୍କ ଚିତ୍ର
Khabar Odisha:
ଭୁବନେଶ୍ୱର,ଜାନୁୟାରୀ ୧୯(ଖବର ଓଡ଼ିଶା): ବିଭିନ୍ନ ପ୍ରକାରର କାଚ ବେତାଲ ଭିତରେ ବିସ୍ମୟକର ଚିତ୍ର ଆଙ୍କି ଚର୍ଚ୍ଚାରେ ଅଛନ୍ତି ଇଶ୍ୱର। ଜଟଣୀ ସହର ବାସୀନ୍ଦା ଇଶ୍ୱର ରାଓଙ୍କ ବୋତଲ କଳା ଯିଏ ଦେଖିଛି ଆଶ୍ଚର୍ୟ୍ୟ ହୋଇଛି। ନିକଟରେ ଇଶ୍ୱର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କର ପ୍ରତିକୃତୀ ନିର୍ମାଣ କରିଛନ୍ତି ବୋତଲ ଭିତରେ। 

ଆମେରିକାର ୪୪ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଡୋନାଲ୍‌ ଟ୍ରମ୍ପ। ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଶବିଦେଶରୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଉଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ନିଆରା ଶୁଭେଚ୍ଛା ଜଣାଇଛନ୍ତି ଓଡିଶାର ଏହି ଯୁବ ଶିଳ୍ପୀ ଇଶ୍ୱର। କାଚ ବୋତଲ ଭିତରେ ପଥର ଦ୍ବାରା ଟ୍ରମ୍ପଙ୍କର ସୁନ୍ଦର କଳାକୃତୀ ପ୍ରସ୍ତୁତ କରିଛନ୍ତି।

ତୃତୀୟ ଶ୍ରେଣୀରୁ କଳା ପ୍ରତି ଆଗ୍ରହୀ ହୋଇଥିବା ଇଶ୍ୱର ୩୫ ବର୍ଷରେ ତିଆାରି କରିଛନ୍ତି ନିଜର ସ୍ୱତନ୍ତ ପରିଚୟ। ନିଜ ଅଞ୍ଚଳରେ ହେଉଥିବା ମାଟି ମୂର୍ତ୍ତିଗୁଡିକୁ ଦେଖି କଳା ପ୍ରତି ଆଗ୍ରହୀ ହୋଇଥିଲେ ସେ। ପ୍ରଥମେ ମାଟିରେ କାମ କରିବା ପରେ ରାଜ୍ୟ ତାଲିମ ପ୍ରତିଷ୍ଠାନ କେନ୍ଦ୍ରରୁ ପଥର ଖୋଦେଇ କଳା ନିମନ୍ତେ ୪ ବର୍ଷ ଶିକ୍ଷା ଲାଭ କରିବା ପରେ ସାବୁନ୍‌, ପେନ୍‌ସିଲ୍‌, କାଠ, କଇଁଆ ମଞ୍ଜି, ଚାଉଳ ଉପରେ ଖୋଦେଇ କରି ସୁନ୍ଦର ସୁନ୍ଦର କଳାକୃତୀ ତିଆାରି କରିବାରେ ସେ ସିଦ୍ଧହସ୍ତ ।

ଇଶ୍ୱରଙ୍କ ବୋତଲ କଳା:ପାଠ ପଢ଼ୁଥିବା ସମୟରେ ଆାନ୍ଧ୍ରରେ ଚାରି ଅଣାରେ ମିଳୁଥିବା ଥଣ୍ଡା ସୋଡା ବୋତଲ ଦେଖି ବୋତଲରେ ଲାଗୁଥିବା ଗୋଲିଟି କେମିତି ଭିତରେ ପଶୁଛି ମନକୁ ପ୍ରଶ୍ନ ଆସିଥିଲା ତାଙ୍କର। ଏହାକୁ ଅନୁକରଣ କରି ସେ ବୋତଲ ଭିତରେ କାଗଜ, କାଠ ଇତ୍ୟାଦିରେ କଳା ପ୍ରସ୍ତୁତି କରିବା ପରେ ପଥରରେ ମଧ୍ୟ କଳା ପ୍ରସ୍ତୁତି କଲେ ।
 
ଭିନ୍ନ ଢ଼ଙ୍ଗରେ ଓଡିଆ ନବବର୍ଷକୁ କରନ୍ତି ସ୍ୱାଗତ: ଓଡିଆ ନବବର୍ଷକୁ ସ୍ବତନ୍ତ୍ର ତଥା ଲୋକାଭିମୁଖୀ କରିବାକୁ ପ୍ରତିବର୍ଷ ଭିନ୍ନ ଭିନ୍ନ କଳାକୃତୀ ପ୍ରସ୍ତୁତ କରନ୍ତି ସେ। ବୋତଲ ଠିପିରେ ଥିବା କ୍ଷୁଦ୍ର ପଥରେ ନିଜର କଳାକୃତୀକୁ ରୂପ ଦିଅନ୍ତି ସେ। କଳାକୃତୀକୁ ସ୍ବତନ୍ତ୍ର ଉତ୍ସବରେ ପ୍ରଦର୍ଶନ କରିବା ପରେ ଅତି ଯତ୍ନର ସହ ନିଜ ଘରେ ତିଆରି କରିଥିବା ମ୍ୟୁଜିୟମ୍‌ରେ ସାଇତି ରଖନ୍ତି କଳାକୁ।
ମାଗଣା ଶିକ୍ଷାଦାନ
ଇଶ୍ବର ପିଲାମାନଙ୍କୁ ନିଜ ବିଦ୍ୟାକୁ ବିନା ମୂଲ୍ୟରେ ଦାନ କରନ୍ତି। ପ୍ରତିବର୍ଷ ପିଲାମାନଙ୍କୁ ନେଇ ସମର୍‌ କ୍ୟାମ୍ପର ଆୟୋଜନ କରନ୍ତି। ବିନା ସରକାରୀ ସହାୟତାରେ ଇଶ୍ବର ଆର୍ଟ ଆଣ୍ଡ କ୍ରାଫ୍ଟ ସୋସିଆଲ୍‌ ଫାଉେଣ୍ଡସନ୍‌ ଟ୍ରଷ୍ଟରେ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି । ଇଶ୍ବରଙ୍କ ଛାତ୍ରଛାତ୍ରୀ ଓ ତାଙ୍କ ନିର୍ମାଣଧୀନ କଳାକୃତି ତାଙ୍କ ଜୀବନ ବୋଲି କହନ୍ତି।

ନିଜର କଳା ପାଇଁ ଇଶ୍ବରଙ୍କୁ କିଛି ବି ପ୍ରୋତ୍ସାହନ ମିଳୁନାହିଁ। ସେ ସବୁବେଳେ ଅବହେଳିତ ହେଲେ ମଧ୍ୟ ନିଜର କାର୍ୟ୍ୟରୁ ନିବୃତ୍ତ ରହିନାହାନ୍ତି। କଳାକୁ ନିଜର ଏକ ନିଶା ଭାବରେ ନିଜର କରିଛନ୍ତି ଇଶ୍ବର। ପାଖରେ ରୋଜଗାରର ବାଟ ନାହିଁ ତଥାପି ୩୫ ବର୍ଷୀୟ ଏହି ଯୁବକ ଜଣକ କଳାକୁ ଆୟତ୍ତ କରି ଏତେ ବାଟ ଆସିଲେଣି । ଏହାକୁ କେବେ ଛାଡିବେନି ବୋଲି କହନ୍ତି ଇଶ୍ବର। 
 
  • Tags:

Subscribe

National International State Sports Entertainment