ଜେଇଇ ମେନରେ ୧୦୦% ନମ୍ବର ରଖି ଟପର ହେଲେ କଳ୍ପିତ
Khabar Odisha:Kalpit-topper-in-JEE-main

ନୂଆଦିଲ୍ଲୀ,ଏପ୍ରିଲ୨୭(ଖବର ଓଡ଼ିଶା): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସଂଯୁକ୍ତ ପ୍ରବେଶିକା ପରୀକ୍ଷା (ଜେଇଇ)ର ମେନରେ ରାଜସ୍ଥାନର ଉଦୟପୁରର କଳ୍ପିତ ବୀରବଲ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। କଳ୍ପିତ ଶତ ପ୍ରତିଶତ(୧୦୦%) ନମ୍ବର ରଖି କୃତକାର୍ୟ୍ୟ ହୋଇଛନ୍ତି।

ସୂଚନା ଅନୁସାରେ କଳ୍ପିତ ଜେଇଇ ମେନରେ ମୋଟ୍ ୩୬୦ ରୁ ୩୬୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି। ଏହା ପୂର୍ବରୁ ଇଣ୍ଡିୟାନ ଜୁନିୟର ସାଇନ୍ସ ଅଲମ୍ପିୟାଡ଼ ଓ ନେସନାଲ ଟ୍ୟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ସେ ଶୀର୍ଷ ସ୍ଥାନର କୃତିତ୍ଵ ହାସଲ କରିଥିଲେ। ଚଳିତ ବର୍ଷ ଜେଇଇ ମେନରେ କଳ୍ପିତଙ୍କ ପରେ ୩୬୦ ରୁ ୩୫୦ ନମ୍ବର ରଖି ବାସୁ ଜୈନ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ଜେଇଇ ମେନ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଏଡମିଶନ ପାଇଁ କରାଯାଇଥାଏ। ଏଥିରେ ଦେଶର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ଆଇଆଇଟି ମଧ୍ୟ ସାମିଲ ଅଛି।

  • Tags:

Subscribe

National International State Sports Entertainment