ଦିଲ୍ଲୀ ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଲୈଲା ସେଠଙ୍କ ୮୬ ବର୍ଷରେ ପରଲୋକ, ସାଜିଥିଲେ ଉଦାହରଣ
Khabar Odisha:First-woman-judge-of-Delhi-Highcourt-Leila-seth-Passes-away
ନୁଆଦିଲ୍ଲୀ, ମଇ୦୬(ଖବର ଓଡ଼ିଶା): ଦିଲ୍ଲୀ ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ତଥା ପ୍ରସିଦ୍ଧ ଲେଖକ ବିକ୍ରମ ସେଠଙ୍କ ମାତା ଜଷ୍ଟିସ୍‌ ଲୈଲା ସେଠଙ୍କର ପରଲୋକ ହୋଇଯାଇଛି। ଶୁକ୍ରବାର ରାତିରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସେ ଦିଲ୍ଲୀର ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ସେ ମଧ୍ୟ ରାଜ୍ୟ ହାଇକୋର୍ଟରେ ପ୍ରଥମ ମହିଳା ବିଚାରପତି ରହିଥିଲେ।
 
ଜଷ୍ଟିସ୍‌ ଲୈଲାଙ୍କର ହୃଦଘାତରେ ପରଲୋକ ହୋଇଥିବା ସୁଚନା ଦେଇଛନ୍ତି ପୁଅ ଶାନ୍ତୁମ ସେଠ। ତିନି ସପ୍ତାହ ପୂର୍ବେ ସେ ପଡ଼ିଯିବାରୁ ତାଙ୍କର ଜଙ୍ଘ ହାଡ଼ରେ ଫାଟ ସୃଷ୍ଟି ହୋଇଯାଇଥିଲା। ଏହାପରେ ତାଙ୍କୁ ଆପୋଲୋ ଡ଼ାକ୍ତରଖାନାରେ ସର୍ଜରୀ କରାଯାଇଥିଲା। ଏକ ସପ୍ତାହ ପୂର୍ବେ ସେ ଡ଼ିସଚାର୍ଜ ହୋଇଥିବା ବେଳେ ଗତକାଲି ତାଙ୍କର ପରଲୋକ ହୋଇଯାଇଛି।
 
ଉଲ୍ଲେଖନୀୟ ଯେ, ସେ ଲଣ୍ଡନ ବାର ଆସୋସିଏସନ୍‌ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୧୯୫୮ ମସିହାରେ ଜଷ୍ଟିସ୍‌ ଲୈଲା ଏହି ସଫଳତା ପାଇଥିବା ବେଳେ ୧୯୭୮ ମସିହାରେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରେ ୧୯୯୧ ମସିହାରେ ତାଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟବିଚାର ପତି ଭାବେ ବଛାଯାଇଥିଲା।
 
ସେଠ ଲକ୍ଷ୍ନୌରେ ଅକ୍ଟୋବର ୧୯୩୦ରେ ଜନ୍ମଗ୍ରହଣ କରିଥିଲେ। ତେବେ ବିଚାରପତିଙ୍କ ମୃତ୍ୟୁରେ ଆଇନ ମହଲରେ ଗଭୀର ଶୋକ ପ୍ରକାଶ କରାଯାଇଛି। ସେ ଜଣେ ଭଲ ମଣିଷ ହେବା ସହ ଜଣେ ନିଚ୍ଛକ ଭାରତୀୟ ବୋଲି ପ୍ରକାଶ କରାଯାଉଛି।
 
  • Tags:

Subscribe

National International State Sports Entertainment