ସମ୍ବଲପୁରରେ ମାଓ କ୍ୟାମ୍ପ ଠାବ, ଖସିଗଲେ ମାଓବାଦୀ
Khabar Odisha:mao-camp-in-sambalpur
ସମ୍ବଲପୁର, ଅକ୍ଟୋବର ୧୧(ଖବର ଓଡିଶା):

ଓଡିଶାର ପଶ୍ଚିମାଂଚଳରେ ବୃଦ୍ଧି ପାଇବାରେ ଲାଗିଛି ମାଓ କାର୍ଯ୍ୟକଳାପ । ଆଜି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଂଚଳରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ମାତ୍ର ଅଳ୍ପକେ ମାଓବାଦୀମାନେ ଖସି ଚାଲି ଯାଇଛନ୍ତି ।

ସ୍ଥାନୀୟ ପୋଲିସ ଏବଂ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବୋେ ଜମନକିରା ପ୍ରଭାଷୁଣୀ ଜଙ୍ଗଲରେ ମାଓ କ୍ୟାମ୍ପକୁ ଠାବ କରାଯାଇଛି । ଏହି କ୍ୟାମ୍ପରୁ ୩୯ ଜିଲୋଟିନ , ୪୫ ଡେନୋନେଟର ସମେତ ଔଷଧ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ତେବେ ଏହି ଜିଲ୍ଲାରେ ମାଓବାଦୀମାନେ କିଛି ବଡ ଧରଣର ଯୋଜନା କରୁଥିବା ଆଶଙ୍କା କରାଯାଉଛି । 

  • Tags:

Subscribe

National International State Sports Entertainment