ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
Khabar Odisha:cm-to-observe-titli-update
ଭୁବନେଶ୍ୱର, ଅକ୍ଟୋବର ୧୧(ଖବର ଓଡ଼ିଶା):

ଓଡିଶାରେ ସମ୍ଭାବ୍ୟ ବଡ ଧରଣର ବିପଦ ଟଳିଯାଇଛି । ତିତ୍‌ଲି ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ମୁହାଁ ହୋଇଛି । ତିତଲିର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଦେଖିବାକୁ ମିଳିଛି । ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଜପତି । କେତେ କ୍ଷୟକ୍ଷତି ହୋଇଛି ତାହାର ଚିତ୍ର ସ୍ପଷ୍ଟ ହୋଇ ନାହିଁ । ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାର ରହିଛି । ଅନ୍ୟପକ୍ଷରେ ସମସ୍ତ ଜିଲ୍ଲାର କ୍ଷୟକ୍ଷତିର ଆକଳନ ପାଇଁ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ତିତ୍ଲି ରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୧୧.୪୫ରେ ସମୀକ୍ଷା ହେବ । ଏହା ପୂର୍ବରୁ ୧୧.୧୫ରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ତର୍ଜମା କରିବେ । କ୍ଷୟକ୍ଷତି ନେଇ ପ୍ରତ୍ୟେକ ଜିଲ୍ଲାକୁ ରିପୋର୍ଟ ମଗାଯିବାର ସ୍ଥିର ହୋଇଛି । ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ଅକଳନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କମିଟିରେ ରାଜସ୍ୱ ନିରୀକ୍ଷକ ଓ ତହସିଲଦାର ରହିବେ । ଯୁଗ୍ମ କମିଟି ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିକୁ ନେଇ ରିପୋର୍ଟ ପ୍ରସ୍ତୁତ କରିବ । ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି । 

Subscribe

National International State Sports Entertainment