ପ୍ରବଳ ଥଣ୍ତାରେ ଥରହର ପୂରା ରାଜ୍ୟ। କିଛି ଦିନ ହେଲା ରାଜ୍ୟରେ ପାରଦ ତଳ ମୁହାଁ ରହିଛି । ଏପରିକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ତଳକୁ ଖସି ଶୀତ ବଢିବାରେ ଲାଗିଛି । ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ଏହିଭଳି ତାପମାତ୍ରା ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ, ଅର୍ଥାତ୍ ଆସନ୍ତା ଦୁଇ ସପ୍ତାହ ଯାଏଁ ଶୀତ ପ୍ରକୋପରୁ ନିସ୍ତାର ନାହିଁ। ଚଳିତବର୍ଷ ଶୀତ ପ୍ରକୋପ ବେଶ୍ ଲମ୍ବା ରହିଛି। ଫେବ୍ରୁଆରୀ ୧୫ ପୂର୍ବରୁ ଶୀତ ବିଦାୟ ନେବାର ସମ୍ଭାବନା କମ୍।
Read More >